www.samajalive.in
Monday, December 8, 2025
17.1 C
Bhubaneswar

ରାଜ୍ୟ ଯୋଗାଣ ସହାୟକ ସଂଘ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଓଡ଼ିଶା ଯୋଗାଣ ସହାୟକ ସଂଘ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡିଓଙ୍କୁ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଡିଏସ ବିତରଣ କାର୍ଯ୍ୟରେ ହିତାଧିକାରୀଙ୍କୁ ଠିକ୍ ସମୟରେ ପହଞ୍ଚାଇବା ଓ ସ୍ବଚ୍ଛତା ଆଣିବା ସକାଶେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭାଗ ଦ୍ଵାରା ଗତ ତା-୨୧.୦୪.୨୦୧୨ରେ ପତ୍ର ସଂଖ୍ୟା ୭୦୪୦ ଅନୁସାରେ ସମସ୍ତ ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତଠାରେ ଯୋଗାଣ ସହାୟକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୩ ମସିହାରେ ୪ ହଜାର ୨ ଶହ ୨୫ ଜଣ ଯୋଗାଣ ସହାୟକ ନିଯୁକ୍ତି ପାଇ ଲଗାତାର ଭାବେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ କମ୍ ଦରମା ଦିଆଯାଉଛି। ଏହାକୁ ନେଇ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର କିଛି ପଦକ୍ଷେପ ନେଉ ନ ଥିବା ଯୋଗୁଁ ଗୁରୁବାର ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ପ୍ରତ୍ୟେକ ବ୍ଲକଠାରେ ୬ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ମହାକୁଡ଼ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୂତି ଭୂଷଣ ଶତପଥୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ର ଯୋଗାଣ ସହାୟକଙ୍କ ଚାକିରି ସ୍ଥାୟିତ୍ଵ ଓ ମାସିକ ଦରମା ୨୫ ହଜାରକୁ ବୃଦ୍ଧି କରିବା, ଯୋଗାଣ ସହାୟକ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ସହିତ ପରିବାର ବର୍ଗର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇବା, ଯୋଗାଣ ସହାୟକଙ୍କୁ ପଞ୍ଚାୟତ ରାଜ ବିଭାଗରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ପଦବୀକୁ ସହକାରୀ ଯୋଗାଣ ନିରୀକ୍ଷକ ନାମରେ ନାମିତ କରାଯିବା, ଇ-ପୋସ ଡିଭାଇସ୍ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣଙ୍କୁ ପ୍ରଦାନ କରିବା, ମାସିକ ପିଡିଏସ ଆବଣ୍ଟନରେ ୨ ଶତକଡା ନିଅଣ୍ଟକୁ ଭରଣ କରିବା ପ୍ରମୁଖ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ସଂଘ ଉପଦେଷ୍ଟା ତାପସ ରଂଜନ ଦଳେଇ, ସମ୍ପାଦକ ନାରାୟଣ ପ୍ରସାଦ ନାଏକ, ସାଲେରି ରଂଜନ ମିଶ୍ର, କୁଳମଣି ବେହେରା, ମିଥୁନ ମହାକୁଡ, ପ୍ରତାପ ବିଭାର, ଦୁର୍ଗା ପ୍ରସାଦ ମାଝୀ, ଦେବରାଜ ହରିଜନ, ଗୁପ୍ତେଶ୍ୱର ପଧାନ ସମେତ ସମସ୍ତ ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories