www.samajalive.in
Monday, December 8, 2025
14.1 C
Bhubaneswar

ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦୀ

ଡେସ୍କ: ଭାରତ-ଇଥିଓପିଆ ସମ୍ପର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ତାଙ୍କ ଇଥିଓପିଆର ପ୍ରତିପକ୍ଷ ଆବି ଅହମ୍ମଦ ଅଲିଙ୍କ ସହ ଏକ ଫଳପ୍ରଦ ଆଲୋଚନା କରିଛନ୍ତି। ଇଥିଓପିଆର ବ୍ରିକ୍ସ ସଦସ୍ୟତା ପାଇଁ ଶ୍ରୀ ମୋଦୀ, ଶ୍ରୀ ଅଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବ୍ରିକ୍ସ ପରିବାରରେ ଯୋଗ ଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନକୁ ଶ୍ରୀ ଅଲି ପ୍ରଶଂସା କରିଛନ୍ତି। ଚନ୍ଦ୍ରଯାନ-୩ର ଅବତରଣ ସାରା ବିଶ୍ୱ ପାଇଁ ଗର୍ବ ଏବଂ ପ୍ରେରଣାର ମୂହୁର୍ତ୍ତ ବୋଲି କହିବା ସହ ଶ୍ରୀ ଅଲି ଚନ୍ଦ୍ରଯାନ ମିଶନର ସଫଳତା ନେଇ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ସଂସଦୀୟ ସହଯୋଗ, ବିକାଶ ସହଭାଗୀତା ଏବଂ ଦକ୍ଷତା ବୃଦ୍ଧି, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ଆଇସିଟି, କୃଷି, ଯୁବକମାନଙ୍କର ଦକ୍ଷତା ଏବଂ ଜନ ଭାଗିଦାରୀ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories