www.samajalive.in
Friday, December 12, 2025
19.1 C
Bhubaneswar

ବ୍ଲକ କଂଗ୍ରେସ ସଭାପତିଙ୍କ ଉଦ୍ୟମରେ ଦିବ୍ୟାଙ୍ଗଙ୍କୁ ମିଳିଲା ହ୍ବିଲଚେୟାର୍

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ଉଦ୍ୟମରେ ଜଣେ ଦିବ୍ୟାଙ୍ଗଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ହ୍ବିଲଚେୟାର ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ଗାଁରେ ପ୍ରତାପ ସାଗର ଜଣେ ଯୁବକ ଦୀର୍ଘ ଦିନରୁ ରୋଗର ଶିକାର ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି। ପଞ୍ଚାୟତ ତରଫରୁ ଭତ୍ତାରାଶି ପାଉଥିଲେ ହେଁ ହ୍ବିଲଚେୟାର ଖଣ୍ଡିକ ପାଇଁ ସେ କିଛିଦିନ ତଳେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ କୁମାରଙ୍କୁ ଜଣାଇଥିଲେ। ଏ ସଂପର୍କରେ ଶ୍ରୀ କୁମାର ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ପ୍ରତାପଙ୍କୁ ଏକ ହ୍ବିଲଚେୟାର ପ୍ରଦାନ କରାଯାଇଛି। ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀ ମହାପାତ୍ର ଓ ବ୍ଲକ କଂଗ୍ରେସ ସଭାପତି ଶ୍ରୀ କୁମାର ଆଜି ସିକେରକୁପା ଯାଇ ଦିବ୍ୟାଙ୍ଗ ପ୍ରତାପଙ୍କୁ ହ୍ବିଲଚେୟାର ପ୍ରଦାନ କରିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories