ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୩ ଯବାନ ଆହତ
ଡେସ୍କ: ଆଜି ଜାମ୍ମୁ କାଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୩ ଜଣ ସେନା ଯବାନ ଆହତ ହୋଇଛନ୍ତି। ମେଂଢର ସେକ୍ଟରର ଫଗୱାରୀ ଗଲି ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ଏବଂ ପରେ ଦୁଇଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରଜୌରୀର ଏକ ସାମରିକ ଡାକ୍ତରଖାନାକୁ ପଠାଯାଇଛି।
Comments are closed.