ଫୁଲବାଣୀ: ୬ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ବୌଦ୍ଧ ଜିଲା ବଘିଆପଡ଼ା ଗ୍ରାମରୁ ଗଞ୍ଜେଇ ଗଛ ନକାଟିବା ପାଇଁ ଗ୍ରାମବାସୀମାନଙ୍କଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ବୌଦ୍ଧ ଜିଲା ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ର କନଷ୍ଟେବଳ ହରିଶ୍ଚନ୍ଦ୍ର ସାହୁ। ଏହି ମାମଲାରେ କନଷ୍ଟେବଳ ହରିଶ୍ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ୟୁନିଟ୍। ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ବଘିଆପଡ଼ା ଫାଣ୍ଡି ନିକଟରୁ ଟଙ୍କା ସହିତ ଗିରଫ କରିଥିବା ସୂଚନା ମିଳିଛି।
Popular Categories



