www.samajalive.in
Saturday, December 6, 2025
26.1 C
Bhubaneswar

ମଣିଷ ତିଆରି କାରଖାନା ଏବେ ପାଲଟିଛି ଅମଣିଷଙ୍କ ଆଡ୍ଡାସ୍ଥଳୀ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଗଦା ହୋଇଛି ମଦ ବୋତଲ ଓ ଜରି ପାଉଚ। ଏହି ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି। ତେବେ ପ୍ରଶ୍ନଉଠେ ଏହି ମଣିଷ ତିଆରି କାରଖାନା ଆଗରେ ଅମଣିଷମାନଙ୍କ ଅସାମାଜିକ କାର୍ଯ୍ୟକଳାପ କେତେଦୂର ଠିକ୍ ? ଅସାମାଜିକ ବ୍ୟକ୍ତିମାନେ ଯେତେବେଳେ ଇଚ୍ଛା ସ୍କୁଲ ଭିତରକୁ ପଶି ଆସୁଛନ୍ତି, ମଦ ପିଉଛନ୍ତି ଓ ବୋଲତ ବାଡ଼େଇ ଗୁଣ୍ଡ କରି ସ୍କୁଲ ପରିସରରେ ଫୋପାଡ଼ୁଛନ୍ତି। ଏହି କାଚ ସ୍କୁଲ ପିଲାଙ୍କ ଗୋଡ଼ରେ ଗଳୁଛି। ସେମାନେ ଆହତ ହେଉଛନ୍ତି। ମଦ, ଜରି ପଡ଼ି ଆଖପାଖ ଅବସ୍ଥା ଏମିତି ଯେ, ପାଠ ପଢ଼ିବା ଦୂରର କଥା ନାକରେ ହାତ ନଦେଇ ଭିତରକୁ ପଶି ହେବନି। ଗନ୍ଧମୟ ପରିବେଶରେ ସବୁଦିନ କୁନି କୁନି ପିଲାମାନେ ପାଠ ପଢିବାକୁ ଯାଉଛନ୍ତି। ଏଭଳି ଦୃଶ୍ୟ ଏବେ ଅଭିଭାବକ ମହଲରେ ଉଦ୍‌ବେଗର ବିଷୟ ହୋଇଛି।

ପାଚେରି ନ ଥିବାରୁ ପରିସରରେ ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ଜମାଉଛନ୍ତି। କ୍ୟାମ୍ପସରେ ମଦ ବୋତଲ ଗଡ଼ୁଛି। ଅନାବନା ଗଛ ସାଙ୍ଗକୁ ଆଖପାଖ ଲୋକେ ଅଳିଆ ଆବର୍ଜନା ପକାଉଥିବାରୁ ପରିବେଶ ଅପରିଷ୍କାର ହୋଇଯାଇଛି। କ୍ୟାମ୍ପସ ପରିସରରେ ଗାଈ, ଗୋରୁ ପଶି ଯାଉଥିବାରୁ ବିଭିନ୍ନ ସମୟରେ ଛୋଟ ପିଲାମାନେ ମଧ୍ୟ ଆହତ ହେଉଛନ୍ତି। ବର୍ଷା ମାସରେ ଅସରାଏ ବର୍ଷା ହେଲେ ସ୍କୁଲ ପରିସରରେ ପାଣି ଜମୁଥିବାରୁ ଶ୍ରେଣୀଗୃହକୁ ଯିବା ପାଇଁ ପିଲାମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ତେବେ ଆଶ୍ବସ୍ତିକର ବିଷୟ ହେଉଛି, ପିଲାଙ୍କୁ ପଢ଼ାଇବା ଲାଗି ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ତେଣୁ ପାଠପଢ଼ାରେ ସେଭଳି ବାଧା ହେଉନାହିଁ। ମାତ୍ର ଯେଉଁଭଳି ପରିବେଶ ରହିଛି ସେଥିରେ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇଛି । ଶିକ୍ଷାନୁଷ୍ଠାନରୁ ମାତ୍ର ୧୦୦ ମିଟର ଦୂରରେ ପୁଲିସ ଷ୍ଟେସନ । ତଥାପି ସନ୍ଧ୍ୟା ହେଲେ ମଦୁଆ, ଜୁଆଡି ଓ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଖରେ ସଟ୍ଟା ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହିତ ଖୋଲାଖୋଲି ପୁଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳୁଛି। ତେବେ ଦୀର୍ଘ ବର୍ଷରୁ ଏହି ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଅବିଭାବକ ପ୍ରଶ୍ନ କରିଛନ୍ତି ?

- Advertisement -

କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ବାଗ ଏନେଇ ସ୍କୁଲ ଏକ ମନ୍ଦିର, ମନ୍ଦିର ପରିସରରେ ଯଦି ଏଭଳି ଅପରିଷ୍କାର କରାଯାଉଛି, ଏହା ନିଶ୍ଚିତ ଭାବରେ ପିଲାଙ୍କ ମନରେ କୁସଂସ୍କାର ଜନ୍ମନେବା ନିଶ୍ଚିତ ସ୍ୱାଭାବିକ କଥା। ଏଣୁ ପରିସରରେ ସିସିଟିଭି କ୍ୟାମେରା ଲଗାଇବା ସହ ଥାନାଧିକାରୀଙ୍କୁ ଅମାନିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରାଯିବ ବୋଲି କହିଛନ୍ତି । ପାଟ୍ରୋଲିଂ କଡାକଡି କରାଯାଇ ଅସାମାଜିକ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପ୍ରତିକ୍ରିୟା ରଖିଛନ୍ତି। ତେବେ ସ୍ଥାନୀୟ ଜନ ପ୍ରତିନିଧି ଏହି ଶିକ୍ଷାନୁଷ୍ଠାନ ପାଚେରୀ ମରାମତି, ମୁଖ୍ୟ ଗେଟ୍ ନିର୍ମାଣ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories