www.samajalive.in
Tuesday, December 9, 2025
17.1 C
Bhubaneswar

ଏମ୍ସ ଋଷିକେଶରେ ସମସ୍ତ ଶ୍ରମିକ ସୁସ୍ଥ

ଡେରାଡୁନ : ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗ ମଧ୍ୟରୁ ଉଦ୍ଧାର ହୋଇଥିବା ସମସ୍ତ ୪୧ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେନାର ହେଲିକପ୍ଟର ଯୋଗେ ଶ୍ରମିକମାନଙ୍କୁ ଋଷିକେଶସ୍ଥିତ ଏମ୍ସକୁ ନିଆଯିବା ପରେ ସେଠାରେ ରକ୍ତଚାପ, ଇଲେକ୍ଟୋରେଟ୍, ଅକ୍ସିଜେନେସନ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ମିନୁ ସିଂହ କହିଛନ୍ତି। ଶ୍ରମିକଙ୍କର ଅନ୍ୟାନ୍ୟ ରକ୍ତ ନମୁନା ପରୀକ୍ଷା, ଏକ୍ସ ରେ ଆଦି କରାଯାଇଥିବାବେଳେ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ସେମାନେ କୌଣସି ପ୍ରକାର ସଂକ୍ରମିତ ହୋଇଛନ୍ତି କି ନାହିଁ ଜଣାପଡିବ। ଡାକ୍ତର ସିଂହ କହିଛନ୍ତି ଯେ ଶ୍ରମିକମାନଙ୍କୁ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ଯାଞ୍ଚ କରାଯିବ। ଏମ୍ସର ସହକାରୀ ପ୍ରଫେସର ଡାକ୍ତର ନରେନ୍ଦ୍ର କୁମାର କହିଛନ୍ତି ଯେ ଶ୍ରମିକମାନେ କୌଣସି ପ୍ରକାର ମାନସିକ ଚାପରେ ନାହାନ୍ତି। ଏପରିକି ସେମାନଙ୍କ ଶରୀରରେ କୌଣସି କ୍ଷତ ନାହିଁ।
ମଙ୍ଗଳବାର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ପ୍ରଥମେ ଚିନାୟାଲିସୌର ହସ୍ପିଟାଲକୁ ନିଆଯାଇଥିଲା। ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏଠାରେ ସମସ୍ତ ଶ୍ରମିକଙ୍କୁ ଭେଟିଥିଲେ। ପରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏମ୍ସକୁ ନିଆଯାଇଥିଲା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଆଇଟିବିପିର କର୍ମଚାରୀଙ୍କୁ ଧାମି ଭେଟି କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଧାମି ଘୋଷଣା କରିଛନ୍ତି ଯେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ କର୍ମଚାରୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଉଦ୍ଧାର ହୋଇଥିବା ପ୍ରତି ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସୂଚନାଯୋଗ୍ୟ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସିଲ୍‌କୟାରା ସୁଡଙ୍ଗଟି ଭୁଶୁଡି ପଡିବାରୁ ଏହା ମଧ୍ୟରେ ୪୧ଜଣ ଶ୍ରମିକ ଫସି ରହିଥିଲେ। ଦୀର୍ଘ ୧୭ ଦିନର ଉଦ୍ଧାର କାର୍ଯ୍ୟ ପରେ ନଭେମ୍ବର ୨୮ ତାରିଖରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଭୁଶୁଡି ପଡିଥିବା ସୁଡଙ୍ଗର ମାଟି ଓ ପଥର ଅତଡା ମଧ୍ୟରେ ୫୭ ମିଟର ଗାତ କରାଯାଇ ୮୦୦ ମିମି ବ୍ୟାସର ଲୁହା ପାଇପ୍ ଭର୍ତ୍ତି କରାଯାଇଥିଲା। ଏହି ପାଇପ୍ ଦେଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଗାତ ତିଆରିରେ ଆମେରିକାର ଅଗର ମେସିନ ବ୍ୟବହାର କରାଯାଇଥିଲା। ମାତ୍ର ଶେଷ ୧୦ ମିଟର ଗାତ ଖୋଳିବାରେ ରାଟ୍‌ ହୋଲ ମାଇନର୍ସ (ଖଣି ଖନନକାରୀ)ମାନେ ନିୟୋଜିତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories