www.samajalive.in
Saturday, December 6, 2025
26.1 C
Bhubaneswar

ବୃଦ୍ଧଙ୍କୁ ନିର୍ମମ ହତ୍ୟା

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଭଦରେଶ୍ୱର ଥାନା ପାଇକରାପୁର ପଂଚାୟତ ମାଟିପାରିଲୋ ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ଦିବାକର ବେହେରାଙ୍କୁ ତାଙ୍କ କୁମ୍ଭାରଶାଳ ମଧ୍ୟରେ ରାତିରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କୁ ହାଣି ହତ୍ୟା କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକେ।
ଘର  ଠାରୁ ପ୍ରାୟ ୫୦୦ମିଟର ଦୂରରେ ଖଳା ବାରିରେ ଚାଳିଆ ଘରରେ ଶୋଇଥିଲେ ଦିବାକର । ବୃତ୍ତିରେ ସେ କୁମ୍ଭାର, ଘର ମାଟିପାରିଲୋ ଗ୍ରାମରେ ହୋଇଥିବା ବେଳେ ଜେରକନ୍ଦର ଏହି ସ୍ଥାନରେ କୁମ୍ଭାର ଶାଳ କରି ନିଜ ଜୀବିକା ଅର୍ଜନ କରୁଥିଲେ । ସେଥିପାଇଁ ଦିବାକର ଏଠାରେ ରାତିରେ ରହି ଆସୁଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ, ସେ ବହୁତ ଭଲ ଲୋକ ଥିଲେ କାହା ସହିତ ତାଙ୍କର ଶତ୍ରୁତା ନଥିଲା । ସକାଳୁ ସମ୍ପର୍କୀୟ ମାମୁଁ ସର୍ବେଶ୍ୱର ବେହେରା ପ୍ରଥମେ ସେଠାରେ ଦିବାକରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁବରଣ କରି ପଡିଥିବା ଦେଖିଥିଲେ । ତୁରନ୍ତ ତାଙ୍କ ପରିବାରକୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମାହାଙ୍ଗା ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ଫାଣ୍ଡି ଅଧିକାରୀ ଗୋପବନ୍ଧୁ ମଲ୍ଲିକ,ଭଦ୍ରେଶ୍ୱର ଥାନା ଭାରପ୍ରାପ୍ତ ଆଇଆଇସି ତପନ କୁମାର ନାୟକ ଓ ସାଲେପୁର ଏସଡିପିଓ ବିମଲ କୁମାର ବାରିକ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିବାକରଙ୍କ ବଡ଼ ପୁଅ କାଳନ୍ଦୀ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିବା ପରେ ମାହାଙ୍ଗା ପୁଲିସ ଘଟଣା ସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories