www.samajalive.in
Monday, December 8, 2025
27.1 C
Bhubaneswar

କର୍ଣ୍ଣାଟକ: ବାଚସ୍ପତି ପଦରୁ ଇସ୍ତଫା ଦେଲେ କେଆର ରମେଶ

ନୂଆଦିଲ୍ଲୀ : କଂଗ୍ରେସ ଓ ଜେଡିଏସର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଓ ଆସ୍ଥା ଭୋଟରେ ବିଳମ୍ବ କରିବା ଆଦି ବିଭିନ୍ନ ନିଷ୍ପତ୍ତକୁ ନେଇ ବବାଦରେ ରହିଥିବା କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରାମେଶ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ରମେଶ କହିଛନ୍ତି ଯେ ମୋ ଦ୍ୱାରା କୌଣସି ଭୁଲ ହୋଇଥିଲେ ଦୟା କରି ଭୁଲି ଯିବେ। ଏହା ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି ବୋଲି ମୁଁ ଭାବୁଛି। ମୁଁ ନିଜକୁ ଏହି ପଦରୁ ଅଲଗା କରିବାକୁ ଚାହୁଁଛି। ମୁଁ ନିଜ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛି। ଏହାପରେ ସେ ଉପବାଚସ୍ପତି କୃଷ୍ଣ ରେଡ୍ଡୀଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।
ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୁଇ ଦିନ ପରେ ସୋମବାର ବିଏସ ୟେଦୁରପ୍ପା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ଏହାସହ କର୍ଣ୍ଣାଟକରେ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ନାଟକର ଅନ୍ତ ଘଟିଛି। ଏହି କ୍ରମରେ ବିବାଦୀୟ ବାଚସ୍ପତି କେଆର ରମେଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବାଚସ୍ପତି ଭାବେ ୧୪ ମାସର କାର୍ଯ୍ୟକାଳ ମଧ୍ୟରେ ସେ ନିଜ ବିବେକ ଅନୁରୂପ ଏବଂ ସମ୍ବିଧାନ ଅନୁସାରେ କାମ କରିଛନ୍ତି। କ୍ଷମତା ଅନୁରୂପ ସେ ନିଜ ପଦର ଗରୀମା ରକ୍ଷା କରିବାକୁ ପ୍ରୟାସ କରିଥିଲେ ବୋଲି କହିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories