www.samajalive.in
Monday, December 8, 2025
20.1 C
Bhubaneswar

ଆସନ୍ତା ବର୍ଷ ଖୋଲିବ ଆର୍‌ଏସ୍‌ଏସ୍‌ର ଆର୍ମି ସ୍କୁଲ, ସେନାରେ ଭର୍ତ୍ତି ହେବା ପାଇଁ ଦିଆଯିବ ତାଲିମ୍‌

ନୂଆଦିଲ୍ଲୀ .- ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି ଆର୍‌ଏସ୍‌ଏସ୍‌ର ଏଜୁକେସନାଲ ଓ୍ୱିଙ୍ଗ ବିଦ୍ୟା ଭାରତୀ ପରିଚାଳନା କରିବ । ଇଂରାଜୀ ଖବର କାଗଜ ଇକୋନମିକସ୍‌ଟାଇମସ୍‌ରେ ଏ ନେଇ ଏକ ଖବର ପ୍ରକାଶିତ ହୋଇଛି । ଆରଏସ୍‌ଏସ୍‌ର ସରସଙ୍ଘ ଚାଳକ ରାଜେନ୍ଦ୍ର ସିଂ ଓରଫ ରାଜୁ ଭେୟାଙ୍କର ନାମରେ ଏହାର ନାମ ରାଜୁ ଭେୟା ସୈନିକ ବିଦ୍ୟା ମନ୍ଦିର ରଖିଯିବ । ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଏହି ସୈନିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

୧୯୨୨ ମସିହାରେ ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ରାଜୁ ଭେୟାଙ୍କର ଜନ୍ମ ହୋଇଥିଲା । ଏହି ବିଦ୍ୟାଳୟରେ ସିବିଆଇ ପାଠ୍ୟକ୍ରମରେ ପାଠପଢା ହେବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆର୍‌ଏସ୍‌ଏସ୍‌ର ସୈନିକ ବିଦ୍ୟାଳୟରେ ପାଠ ପଢାଯିବ ।

- Advertisement -

ଦେଶରେ ପ୍ରଥମଥର ପାଇଁ ଏପରି ପ୍ରୟୋଦ କରାଯାଉଥିବା ଏହାର କ୍ଷେତ୍ରୀୟ ସଂଯୋଜକ ଅଜୟ ଗୋୟଲ ସୂଚନା ଦେଇଛନ୍ତି । ଏହାର ପ୍ରୟୋଗ ସଫଳ ହେଲେ ଦେଶ ଅନ୍ୟସ୍ଥାନମାନଙ୍କରେ ଆର୍ମି ସ୍କୁଲ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories