www.samajalive.in
Wednesday, December 10, 2025
26.1 C
Bhubaneswar

ଘଷିପୁରାରେ ଆଦର୍ଶ ରଜ ଉତ୍ସବ ପାଳିତ

କେଶଦୁରାପାଳ: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ହେଉଛି ରଜ  ପର୍ବ । ହେଲେ ଏହା ଆଜି ହଜିବାକୁ ବସିଛି। ହେଲେ ଏହି ସମୟରେ ଘଷିପୁରାରେ ପାଳନ ହୋଇଛି ଆଦର୍ଶ ରଜ ଉତ୍ସବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇଥିବା ବେଳେ ଓଡ଼ିଆ ସଂସ୍କୃତି ସହ ନୂତନ ପିଢ଼ିକୁ ଆଦର୍ଶ ରଜ ଉତ୍ସବ ଯୋଡିଛି ବୋଲି ସେ କହିଛନ୍ତି । ଆଦର୍ଶ ସେବା ସଂଘ ସଭାପତି ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ, କଟକ ଷ୍ଟାର ହସ୍ପିଟାଲର ନିର୍ଦେଶକ ନକୁଳ ସାହୁ, ଟ୍ରକ୍ ମାଲିକ ସଂଘ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଜିତେନ୍ଦ୍ର ପତି, ବେଲବାହାଳି ସରପଞ୍ଚ ଦୀପ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

- Advertisement -

ସନ୍ଧ୍ୟାରେ ମହିଳା, ଯୁବତୀ ଓ ପିଲାମାନଙ୍କୁ ନେଇ ପୁଚି, ଆସନଚୋରୀ, ଶଙ୍ଖନାଦ, ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ମେଧା ଅନ୍ୱେଷଣର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ। ସେହିପରି ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବରିଷ୍ଟ ସଦସ୍ୟ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ୍ ଦେଇଥିଲେ । ପ୍ରତିକୂଳ ପାଗ ସତ୍ତ୍ୱେ ବାଣିଜ୍ୟ ମେଳାରେ ମଧ୍ୟ ଭିଡ ପରିଲକ୍ଷିତ ହେଉଛି।

ସଂଘ ଉପସଭାପତି ଧବଳେଶ୍ଵର ସାହୁ, ସୌମ୍ୟରଞ୍ଜନ ସାହୁ, ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ମହେଶ୍ୱର ସାହୁ,  ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ ପରିଚାଳନା କରିଥିଲେ।

 

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories