ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ
କୋଣାର୍କ : ରାଜ୍ୟରେ ଧିରେ ଧିରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବା ସହ ସମସ୍ତ ସ୍ଥାନରେ କୋଭିଡ଼ ନିୟମକୁ କଡାକଡି ଭବେ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ପର୍ଯ୍ୟଟନସ୍ଥଳୀ ମଧ୍ୟ ଧିରେ ଧିରେ ଖୋଲାଯାଉଛି । ଏହା ମଧ୍ୟରେ ଆଜି ଠାରୁ ଖୋଲିଛି କୋଣାର୍କର ସୂର୍ଯ୍ୟମନ୍ଦିର । କରୋନାର ୨ୟ ତରଙ୍ଗ ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ସାଢେ ୩ ମାସ ମନ୍ଦିର ବନ୍ଦ ରଖାଯାଇଥିଲା । ତେବେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କୋଭିଡ କଟକଣା ମଧ୍ୟରେ ଆଜି ଠାରୁ ଖୋଲିଛି କୋଣାର୍କ । ବାରକୋଡରେ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦୈନିକ ୨ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ଗାଇଡଲାଇନ ଅନୁଯାୟୀ, ସକାଳ ୬ଟା ରୁ ଦିନ ୧ଟା ମଧ୍ୟରେ ୧ ହଜାର ଓ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଆଉ ୧ ହଜାର ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ।
Comments are closed.