www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ନିରାଶ କଲେ ଦୂତି; ୨୦୦ ମିଟର ହିଟ୍‍ ସେମିଫାଇନାଲରେ ୭ମ ସ୍ଥାନ

ଟୋକିଓ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ଟୋକିଓ ଅଲିମ୍ପିକ୍ସର ୨୦୦ ମିଟର ହିଟ୍‍ ରେ ମଧ୍ୟ ପୁନର୍ବାର ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିରାଶ କରିଛନ୍ତି। ସୋମବାର ଦିନ ସେ ୨୦୦ ମିଟର ହିଟ୍‍ କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ। ଅଲିମ୍ପିକ୍ସ ପୂର୍ବରୁ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଭାବରେ ୨୩ ସେକେଣ୍ଡରେ ଉକ୍ତ ଦୂରତା ଅତିକ୍ରମ କରିଥିଲେ। ଏଥିସହିତ ଦୂତି ସେମିଫାଇନାଲରେ ଭାଗନେବାରୁ ବଂଚିତ ହୋଇଛନ୍ତି। କ୍ରିଷ୍ଟାଇନ ମାବୋମା ୨୨.୧୧ ସେକେଣ୍ଡ ସହିତ ହିଟ୍‍ ରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏଥିସହିତ କ୍ରିଷ୍ଟାଇନ ନାମିବ୍ୟାର ଜାତୀୟ ରେକର୍ଡକୁ ମଧ୍ୟ ଭାଙ୍ଗିଥିଲେ।
ଏହି ପ୍ରତିଯୋଗିତାରେ ଆମେରିକାର ଗାବ୍ରିଏଲ ଥୋମାସ ୨୨.୨୦ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପ୍ରତ୍ୟେକ ହିଟ୍‍ରେ ପ୍ରଥମ ତିନିଟି ସ୍ଥାନରେ ରହିଥିବା ପ୍ରତିଯୋଗୀ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତାହା ପୂର୍ବରୁ ଦୂତି ମଧ୍ୟ ୧୦୦ ମିଟର ଇଭେଣ୍ଟରେ ସେମିଫାଇନାଲ ସୁଯୋଗରୁ ବଂଚିତ ହୋଇଥିଲେ। ହିଟ୍‍ ୫ରେ ଦୌଡୁଥିବା ଦୂତି ୧୧.୫୪ ସେକେଣ୍ଡରେ ଦୂରତା ଅତିକ୍ରମ କରି ୭ମ ସ୍ଥାନରେ ରହିଥିଲେ। ଶେଲି ଆନ୍‍ ଫ୍ରାଶର ପ୍ରାଇସ ହିଟ୍‍ ୫ରେ ୧୦.୮୪ ସେକେଣ୍ଡ ସହିତ ଶୀର୍ଷରେ ରହିଥିବାବେଳେ ଅଜଲା ଡେଲ୍‍ ପୋଣ୍ଟେ ୧୦.୯୧ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ଯେ ଦୂତି ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories