www.samajalive.in
Tuesday, December 9, 2025
16.1 C
Bhubaneswar

କଲକାତା ଅଗ୍ନିକାଣ୍ଡ ମୃତ୍ୟୁ ୯କୁ ବୃଦ୍ଧି

କଲକାତା: କଲକାତାର ଷ୍ଟ୍ରାଣ୍ଡରୋଡ଼ସ୍ଥିତ ବହୁତଳ କୋଠାରେ ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ୯କୁ ବଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଲୱେ କର୍ମଚାରୀ ଓ ଜଣେ ପୁଲିସ ଏଏସ୍ଆଇ ଅଛନ୍ତି। ସୋମବାର ସନ୍ଧ୍ୟା ୬ଟା ୧୦ରେ ହୁଗ୍‌ଳି ନଦୀ କୂଳ ନ୍ୟୁ କୋୟଲାଘାଟର ଏହି ଅଟ୍ଟାଳିକାର କୋଠାର ୧୨ ଓ ୧୩ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଇଷ୍ଟର୍ଣ୍ଣ ରେଳବାଇର କାର୍ଯ୍ୟାଳୟର ବ୍ୟାପକ କ୍ଷତି ହୋଇଛି। ରେଳବାଇର ଅନଲାଇନ ଟିକଟ ଓ ଅନ୍ୟାନ୍ୟ କାରବାର ଅଚଳ ହୋଇପଡିଛି।

ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ଘଟଣାର ତଦନ୍ତ ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ପାଇଁ ସେ ରେଳବାଇକୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତହତଙ୍କ ପାଇଁ କ୍ଷତିପୂରଣ ବାବଦରେ ଯଥାକ୍ରମେ ୨ଲକ୍ଷ ଓ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହି କୋଠାରେ ପୂର୍ବ ରେଳବାଇର କାର୍ଯ୍ୟାଳୟ ବହୁ ବ୍ୟବସାୟ କମ୍ପାନୀ ଓ ଅନ୍ୟ ସରକାରୀ ଦପ୍ତର ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories