www.samajalive.in
Monday, December 8, 2025
27.1 C
Bhubaneswar

ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କୃଷକ ସଚେତନତା ମଞ୍ଚର ଧାରଣା

କୋକସରା : ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କୋକସରା କୃଷକ ସଚେତନ ମଞ୍ଚ ତରପରୁ ଧର୍ମଗଡରେ ଏକ ବିରାଟ ଚାଷୀ ସମାବେଶର ଆୟୋଜିତ ହୋଇଯାଇଛି। ସରକାର ଇତି ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି। କିନ୍ତୁ ତାହା ଚାଷୀ ପ୍ରତି ଏକ ବିଦ୍ରୁପ ବୋଲି ଶୁକ୍ରବାର ଆୟୋଜିତ ଚାଷୀ ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇ ଚାଷୀ ନେତାମାନେ ତା’ର ସମାଲୋଚନା କରିଛନ୍ତି। ସରକାର ପୂର୍ବ ପ୍ରଚଳିତ ନିୟମାନୁଯାୟୀ ମରୁଡି ଘୋଷଣା ନକରି ଚାଷୀକୁ ଏକ ୟୁନିଟ କରି ଏକ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବୀ ନେଇ କୋକସରା କୃଷକ ସଚେତନ ମଞ୍ଚ ତରପରୁ ଧର୍ମଗଡରେ ଏକ ବିରାଟ ଚାଷୀ ସମାବେଶ ଆୟୋଜିତ ହୋଇଥିଲା। ବ୍ଳକର ୨୨ଟି ପଞ୍ଚାୟତର ପ୍ରାୟ ୧୦ହଜାର ଚାଷୀ ଏହି ସମାବେଶରେ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ ଧର୍ମଗଡରେ ରୁଣ୍ଡ ହେବା ପରେ ଗୋରୁବଜାର ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ବ୍ଳକରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଅନେକ ପ୍ରକଳ୍ପ କାମ ହାତକୁ ନିଆଯାଇଛି। କିନ୍ତୁ ଏହି ବିଭାଗ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ ନକରି କେବଳ ଠିକାଦାର ପୋଷା ନୀତି ଆପଣାଇଛି ବୋଲି ଅନେକ ଚାଷୀ ପ୍ରକାଶ କରିଥିଲେ।

ପରେ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୨୩ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡିକ ହେଲା- କୋକସରା ବ୍ଳକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା,୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା,ଏକକ କୃଷି ବର୍ଷକୁ ଭିତ୍ତି କରି ବୀମା ପ୍ରଦାନ କରିବା, ଯୁଦ୍ଧକାଳୀନ ଭିତ୍ତିରେ ଇନ୍ଦ୍ରାବତୀ ଉଠା ଜଳସେଚନ କାମକୁ ଶେଷ କରି କାର୍ଯ୍ୟକ୍ଷମ କରିବା, ଏହି ପ୍ରକଳ୍ପରେ ବାଦ ପଡିଥିବା ଗ୍ରାମମାନଙ୍କୁ ମାଗଣା ଲିଫ୍ଟ ପଏଣ୍ଟ ଯେଗାଇଦେବା, କୋକସରାରେ ବାୟୋଇତାନଲ ପ୍ଳାଣ୍ଟ ସ୍ଥାପନ, ସମସ୍ତ ଚାଷୀଙ୍କୁ ମାଗଣାରେ ବୋରୱେଲ, ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଧି, ଋଣୀ ଅଣଋଣୀ ସମସ୍ତ ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରିବା, ଶସ୍ୟ ବୀମା ପ୍ରିମିୟମ ଜୁଲାଇ ୩୧ ବଦଳରେ ନଭେମ୍ବର ୩୦କୁ ବୃଦ୍ଧି, ସିଉନି, ବେହେରା ଡ୍ୟାମର ଉଚ୍ଚତା ବୃଦ୍ଧି, ମାଗଣା ଔଷଧ ପ୍ରଦାନ, ଜମି ମରାମତିପାଇଁ ସମସ୍ତ ବର୍ଗର ଚାଷୀଙ୍କୁ ୨ଲକ୍ଷ ଟଙ୍କା ସହାୟତା, ରିଲିଫ କୋଡ ମୁତାବକ ସମସ୍ତ ଚାଷୀ ପରିବାରକୁ ୩ମାସର ରାସନ ବ୍ୟବସ୍ଥା, ଦୁଗ୍ଧ ଲିଟର ପ୍ରତି ୩୫ଟଙ୍କାବୃଦ୍ଧି, ବାହାଦି ଓ ନକଟି ଡଙ୍ଗର ସଂଯୋଗ କରି ଜଳଭଣ୍ଡାର ସୃଷ୍ଟି, ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ, ମଦ ଦୋକାନକୁ ଗାଁ ଠୁଁ ଦୂରକୁ ସ୍ଥାନାନ୍ତରଣ, କୋକସରା ବ୍ଳକକୁ ରାଜସ୍ୟ ଉପଖଣ୍ଡ ମାନ୍ୟତା ଦାବୀ ଓ ଧର୍ମଗଡକୁ ଜିଲ୍ଲା ଘୋଷଣା, ଜଙ୍ଗଲ ଜମି ପଟ୍ଟାପାଇଥିବା ଷଳକଙ୍କୁ ଜାଗା ଚିହ୍ନଟ କରିବା, ପିଲାଙ୍କ ସ୍କୁଲ ଫିସ ଛାଡ, ବେଦାନ୍ତ କମ୍ପାନୀର ବର୍ଜ୍ୟ ବସ୍ତୁ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ପୋତି ହେବା ଆଶଙ୍କା ରହିଛି। ଏହାର ସୁରକ୍ଷା ପାଇଁ ବେଳଥାଉ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ଆଦି ରହିଛି। ଆଗାମି ଦିନରେ ଦାବୀ ପୂରଣ ନହେଲେ ଏକ ଭୟଙ୍କର ଆନ୍ଦୋଳନ ହେବ ବୋଲି ମଞ୍ଚ ପ୍ରକାଶ କରିଛି। ଏହି ସମାବେଶରେ ମଞ୍ଚର ସମ୍ପାଦକ ମନୋଜ ନାଏକ ସମେତ ଲକ୍ଷ୍ମିକାନ୍ତ ଖମାରୀ, ଅତ୍ୟୁଲ ପ୍ରଧାନି, ଋତୁରାଜ ମାଝି, ତାପସ ରାଏ, ଜୟଲାଲ ନାଏକ, କେଶବ ନାଏକ ସମେତ ହଜାର ହଜାର ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories