କୋଇଡା: ଫୁଟବଲ ମ୍ୟାଚ୍ ଖେଳି ଫେରୁଥିବା ବେଳେ ସ୍କର୍ପିଓ ଗାଡ଼ି ଦୁର୍ଘଟଣାରେ ୭ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲା କୋଇଡା ଥାନା ରେଙ୍ଗାଲବେଢ଼ା ନିକଟରେ ସ୍କର୍ପିଓ ଗାଡ଼ି ଓ ଟ୍ରଲର ମଧ୍ୟରେ ଧକ୍କା ହୋଇ ୭ ଫୁଟବଲ ଖେଳାଳି ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। କୋଇଡା ଅଞ୍ଚଳର ବନ୍ଦଲ ଗାଁରେ ଫୁଟବଲ ମ୍ୟାଚ୍ ଖେଳି ସାରି କେନ୍ଦୁଝର ଗୁଆଲି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।
Popular Categories



