www.samajalive.in
Sunday, December 7, 2025
13.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଟେଷ୍ଟରୁ ଓହରିବେ କୋହଲି !

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଦଳ। ଏହି ଗସ୍ତରେ ପ୍ରଥମେ ଦିନିକିଆ, ପରେ ଟ୍ବେଣ୍ଟି୨୦ ଏବଂ ଶେଷରେ ଟେଷ୍ଟ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ସିରିଜ୍‌ର ଶେଷ ୨ଟି ମ୍ୟାଚ୍ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳି ନପାରନ୍ତି। କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଏବେ ଅନ୍ତଃସତ୍ତ୍ବା ଅଛନ୍ତି। ଜାନୁଆରୀରେ ଅନୁଷ୍କା ସନ୍ତାନ ପ୍ରସବ କରିପାରନ୍ତି। ତାଙ୍କ ପ୍ରଥମ ସନ୍ତାନର ଜନ୍ମ ବେଳେ ପତ୍ନୀଙ୍କ ସହ ରହିବାକୁ ଚାହାନ୍ତି କୋହଲି। ଅବଶ୍ୟ କୋହଲିଙ୍କ ପକ୍ଷରୁ କିଛି କୁହା ଯାଇନାହିଁ। ଶେଷ ୨ଟି ଟେଷ୍ଟମ୍ୟାଚ୍ ଜାନୁୟାରୀ ୭ରୁ ୧୧ ଏବଂ ୧୫ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ।

ତେବେ ବିସିସିଆଇ ମଧ୍ୟସ୍ଥ ଜଣେ ଅଧିକାରୀ କହିଛନ୍ତି, ଆମେ ସର୍ବଦା ଖେଳାଳିଙ୍କ ପରିବାରକୁ ଗୁରୁତ୍ବ ଦେଇଛୁ। ଯଦି କୋହଲି ତାଙ୍କ ପ୍ରଥମ ସନ୍ତାନ ଜନ୍ମ ସମୟରେ ପତ୍ନୀଙ୍କ ସହ ରହିବାକୁ ଚାହାନ୍ତି; ସେ କେବଳ ପ୍ରଥମ ୨ଟି ଟେଷ୍ଟମ୍ୟାଚ୍ ଖେଳିପାରନ୍ତି। ସ୍ବାଭାବିକ ପରିସ୍ଥିତିରେ କୋହଲି ସନ୍ତାନ ପ୍ରସବ ସମୟରେ ଭାରତ ଆସି ପୁଣି ଫେରି ଯାଇଥାଆନ୍ତେ। ତେବେ ୧୪ ଦିନ ପୃଥକ୍ ବାସର ନିୟମ ଯୋଗୁଁ କୋହଲି ଅଷ୍ଟ୍ରେଲିଆ ଫେରିଲେ ମଧ୍ୟ ପରବର୍ତ୍ତୀ ଟେଷ୍ଟ ଖେଳିପାରିବେ ନାହିଁ। ବୋଧହୁଏ ଏଥିପାଇଁ କେ.ଏଲ୍‌. ରାହୁଲଙ୍କୁ ଟେଷ୍ଟ ଦଳର ମଧ୍ୟକ୍ରମରେ ସାମିଲ କରାଯାଇଛି। ପୁଣି ଫିଟ୍‌ ହେଉଥିବା ରୋହିତ ଶର୍ମା ମଧ୍ୟ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଭାବେ ଦଳରେ ଯୋଗ ଦେଇପାରନ୍ତି। ପ୍ରଥମ ପସନ୍ଦର ଦୁଇ ଓପ୍‌ନର ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ କେହି ବିଫଳ ହେଲେ ରୋହିତଙ୍କୁ ଇନିଂସ ଓପନ୍‌ କରିବାର ଯୁଯୋଗ ମିଳିପାରେ।

- Advertisement -

ଏଣେ ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ନଭେମ୍ବର ୧୧ରେ ସମସ୍ତ ଖେଳାଳିଙ୍କ ସହ ରୋହିତ ଅଷ୍ଟ୍ରେଲିଆ ଯାଇପାରନ୍ତି। ଦଳରେ ରହି ଫିଜିଓଙ୍କ ତତ୍ତ୍ବବଧାନରେ ରୋହିତ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିପାରନ୍ତି। ଏପରି କ୍ଷେତ୍ରରେ ଦିନିକିଆ ସିରିଜ୍‌ରେ ନ ଖେଳିଲେ ମଧ୍ୟ ରୋହିତ ଟ୍ବେଣ୍ଟି୨୦ ଏବଂ ପରେ ଟେଷ୍ଟ ସିରିଜ୍ ଖେଳିପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories