www.samajalive.in
Monday, December 8, 2025
27.1 C
Bhubaneswar

ସଚିନଙ୍କ କୀର୍ତ୍ତିମାନ ଭାଙ୍ଗିବା ଦ୍ବାରରେ କୋହଲି

ନୂଆଦିଲ୍ଲୀ : ସଚିନ ତେନ୍ଦୁଲକର, କୁମାରା ସାଙ୍ଗାକାରା ଓ ବିରାଟ କୋହଲି ଆଧୁନିକ କ୍ରିକେଟ୍‌ର ୩ ବ୍ୟାଟିଂ ମହାରଥୀ। ତିନିହେଁ ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୬୦୦୦ରୁ ଅଧିକ ରନ୍‌ କରିଛନ୍ତି। ସଚିନ ବିଶ୍ବ କୀର୍ତ୍ତିମାନ ୩୪,୩୫୭ ଆନ୍ତର୍ଜାତିକ ରନ୍‌ କରିଛନ୍ତି। ଏମାନଙ୍କ ମଧ୍ୟରୁ କୋହଲି ଏକମାତ୍ର ବ୍ୟାଟ୍‌ସମ୍ୟାନ ଭାବେ ୩ଟି ବିଶ୍ବକପ୍‌ ଜିତିଛନ୍ତି। ତାଙ୍କ କ୍ରିକେଟ୍‌ ଜୀବନରେ କୋହଲି ବହୁତ କୀର୍ତ୍ତିମାନ ହାସଲ କରି ସାରିଲେଣି। ଚଳିତମାସ ୧୯ରୁ​‌ ଚେନ୍ନଇରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଛି। ଏହି ମ୍ୟାଚ୍‌ରେ ଯଦି କୋହଲି ୫୮ ରନ୍‌ କରିଦିଅନ୍ତି, ତେବେ ୨୭୦୦୦ ଆନ୍ତର୍ଜାତିକ ରନ୍‌ ସ୍କୋର୍‌ କରିବାରେ ବିଶ୍ବରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହେବେ। ଏବେ ସଚିନ ସବୁଠାରୁ କମ୍ ଆନ୍ତର୍ଜାତିକ ଇନିଂସ (୨୨୬ ଟେଷ୍ଟ, ୩୯୬ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି୨୦)ରେ ୨୭୦୦୦ ରନ୍‌ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ମାତ୍ର ୫୯୧ ଆନ୍ତର୍ଜାତିକ ଇନିଂସରେ କୋହଲି ଅଦ୍ୟାବଧି ୨୬,୯୪୨ ରନ୍‌ କରିଛନ୍ତି। ତେଣୁ ବାଂଲାଦେଶ ଶୃଙ୍ଖଳାରେ ସଚିନଙ୍କ କୀର୍ତ୍ତିମାନ କୋହଲି ଭାଙ୍ଗିବା ନିଶ୍ଚିତ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories