www.samajalive.in
Wednesday, December 10, 2025
18.1 C
Bhubaneswar

କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ନିଲମ୍ବିତ

ନବରଙ୍ଗପୁର : କୋଡିଙ୍ଗା ଆଇଆଇସି ପୁଷ୍ପେନ୍ଦୁ ସାଗର ନିଲମ୍ବିତ ହୋଇଛନ୍ତି । ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ନିଲମ୍ବନ  କରିଛନ୍ତି । ପୁଲିସ ହେପାଜତରେ ଥିବା ୨ ଜଣଙ୍କ ପାଇଁ ବିଭାଗୀୟ ନିୟମ ପାଳନ କରି ନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ବିଶାଖାପାଟଣା ହସ୍ପିଟାଲ ସ୍ଥାନାନ୍ତର ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ରବିବାର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ପୁଲିସ ମାଡରେ ଜଣକର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ କୋଡିଙ୍ଗା ଥାନା ଭିତରକୁ ଧସେଇ ପଶିବା ସହ ବିଭିନ୍ନ ଆସବାବପତ୍ର ଫୋପାଡ଼ି ନଷ୍ଟ କରିଥିଲେ। ଥାନା ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା । ଶତାଧିକ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ସହ ଲାଠିଚାଳନା କରିଥିଲା। ତେବେ ମୃତକ ଓ ତାଙ୍କର ପରିବାର ଲୋକଙ୍କୁ ପୁଲିସ ଉଠାଇ ନେଇଥିବାରୁ ତାଙ୍କର ପତ୍ତା ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଯାହା ଅଧିକ ଉତ୍ତେଜନାର କାରଣ ହୋଇଛି।
ଘଟଣା ଅନୁସାରେ ଶନିବାର ଦିନ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ହାତିବେଡା ଗ୍ରାମପଞ୍ଚାୟତର ବଡପାଞ୍ଜାରିଗୁଡାର ଗୋବର୍ଦ୍ଧନ ବିନ୍ଧାଣି (୬୦) ଖୁଟୁଗୁଡା ହାଟକୁ ଯାଇଥିଲେ। ସେଠାରେ ଚାଲିଥିବା କୁକୁଡାଗାଲି (ଲଢେଇ) ସ୍ଥାନରେ ଖୁଡୁଖୁଡି ଜୁଆ ଖେଳ ନିକଟରେ ରହି ଦେଖୁଥିବା ବେଳେ କୋଷାଗୁମୁଡା ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗରଙ୍କ ନିର୍ଦେଶରେ ପୁଲିସ ହଠାତ ପହଞ୍ଚିଥିଲେ। ଏହି ସମୟରେ ସେଠାରୁ ସମସ୍ତେ ଦୈାଡ଼ି ପଳାଇଥିଲେ। ତେବେ ସେଠାରୁ ଦୈାଡ଼ିପାରିନଥିବା ଗୋବର୍ଦ୍ଧନ ବିନ୍ଧାଣି ଓ କମଳୁ ହରିଜନଙ୍କୁ ଧରି ପୁଲିସ କୋଷାଗୁମୁଡା ଥାନାକୁ ନେଇଥିଲେ। ରାତିରେ ପୁଲିସ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିବାରୁ ଗୋବର୍ଦ୍ଧନ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ପୁଲିସ ତାଙ୍କୁ ପ୍ରଥମେ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ପରିସ୍ଥିତି ଅଧିକ ଜଟିଳ ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାପରେ ରାତ୍ର ପ୍ରାୟ ୧ଘଣ୍ଟା ସମୟରେ ଡାବୁଗାଁ ଥାନା ପୁଲିସ ବଡ଼ପାଞ୍ଜାରିଗୁଡା ପହଞ୍ଚି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଲୀଳା ବିନ୍ଧାଣି ଓ ଝିଅ ଡମୁଣୀ ବିନ୍ଧାଣୀ (୧୯)ଙ୍କୁ ଉଠାଇ ନେଇଥିଲେ। ରବିବାର ସକାଳେ ଗୋବର୍ଦ୍ଧନଙ୍କ ଉଭଣୀ ଓ ଜୋଇଁ ସହ ଗ୍ରାମବାସୀ କୋଡ଼ିଙ୍ଗା ଥାନାକୁ ଆସିବା ସହ ଗୋବର୍ଦ୍ଧନ, ତାଙ୍କ ପତ୍ନୀ ଓ ଝିଅ କେଉଁଠି ରହିଛନ୍ତି ବୋଲି ପଚାରିଥିଲେ। ତେବେ ପୁଲିସ କୈାଣସି ଉତ୍ତର ଦେଇପାରି ନ ଥିଲା। ତୁରନ୍ତ ଏହି ତିନିଜଣଙ୍କୁ ଆଣିବାକୁ ଦାବି କରି ଅଡ଼ି ବସିଥିଲେ। ଥାନା ନିକଟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏହାକୁ ନେଇ ପରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଥାନାର ମୁଖ୍ୟ ଫାଟକ ଖୋଲି ଥାନା ଭିତରକୁ ପଶିଯାଇ ଭଙ୍ଗାରୁଜା କରିଥିଲେ। ଥାନାର ଝରକା, କବାଟ ଓ କମ୍ପ୍ୟୁଟର ଭାଙ୍ଗିଦେଇଥିଲେ। କିଛି ସମୟ ପାଇଁ ଥାନା ପରିସର ରଣ କ୍ଷେତ୍ରରେ ପରିଣତ ହୋଇଥିଲା। ପରିସ୍ଥିତି ଉତ୍ତେଜନା ଦେଖି ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories