www.samajalive.in
Sunday, December 7, 2025
15.1 C
Bhubaneswar

ଚେନ୍ନଇକୁ ହରାଇ ପ୍ଲେଅଫ୍ ଦୌଡ଼ରେ କଲକାତା

ଚେନ୍ନଇ : ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ସଫଳତା ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୬ ୱିକେଟରେ କେକେଆର୍ ପରାସ୍ତ କରିଛି। ଶିବମ୍ ଦୁବେ ଓ ଡେଭନ୍ କନ୍‌ୱେଙ୍କ ଲଢ଼ୁଆ ଇନିଂସ ଯୋଗୁଁ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୬ ୱିକେଟରେ ୧୪୪ ରନ୍‌ କରିଥିଲା। ନୀତୀଶ-ରିଙ୍କୁଙ୍କ ଇନିଂସ ଯୋଗୁଁ ୯ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ କେକେଆର୍‌ ମ୍ୟାଚ୍‌ ଜିତିଥିଲା। ଏହି ମ୍ୟାଚ୍‌କୁ ଜିତିଥିଲେ ସିଏସ୍‌କେ ପ୍ଲେଅଫ୍‌ରେ ପହଞ୍ଚିଥାଆନ୍ତା। ତଥାପି ୧୩ଟି ମ୍ୟାଚ୍‌ରୁ ୫ମ ପରାଜୟ ସତ୍ତ୍ବେ ସିଏସ୍‌କେ ପ୍ଲେଅଫ୍ ଦୌଡ଼ରେ ରହିଛି। ୧୩ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ କେକେଆର୍‌ ଦଳ ପ୍ଲେଅଫ୍ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି।
୧୪୫ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ମାତ୍ର ୩୩ ରନ୍‌ ସ୍କୋର୍‌ରେ କେକେଆର୍‌ ୩ଟି ୱିକେଟ ହରାଇଥିଲା। ସିଏସ୍‌କେର ଦୀପକ ଚହର ତାଙ୍କ ପ୍ରଥମ ୩ ଓଭରରେ ୩ଟି ୱିକେଟ ନେଇଥିଲେ। ରହମନୁଲ୍ଲା ଗୁର୍‌ବାଜ ୧, ଭେଙ୍କଟେଶ ଆୟର ୯ ଓ ଜେସନ୍ ରୟ ୧୨ ରନ୍‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ ନୀତୀଶ ରାଣା ଓ ରିଙ୍କୁ ସିଂହ ଆରମ୍ଭରୁ ଜଗିରଖି ଖେଳି ପରେ ଆକ୍ରମଣ କରିଥିଲେ। ୪ର୍ଥ ୱିକେଟ ପାଇଁ ଦୁହେଁ ୯୯ ରନ୍‌ ଯୋଡ଼ି କଲକାତାର ବିଜୟ ନିଶ୍ଚିତ କରିଥିଲେ। ରିଙ୍କୁ ୪୩ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୪ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ନୀତୀଶ ୪୪ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୭ ରନ୍‌କରି ଅପରାଜିତ ଥିଲେ। ରିଙ୍କୁ ସିଂହ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂ କରିଥିଲା। ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ୧୩ ବଲ୍‌ରୁ ୨ଟି ​‌େ​‌ଚୗକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ଡେଭନ୍‌ କନ୍‌ୱେ ଓ ଅଜିଙ୍କ୍ୟ ରାହାଣେ ୨ୟ ୱିକେଟରେ ୩୦ ରନ୍‌ ଯୋଡ଼ିଥିଲେ। ପରେ ୩ ଓଭରରୁ ସିଏସ୍‌କେ ୧୧ ରନ୍‌କରି ୪ଟି ୱିକେଟ ହରାଇଥିଲା। ରାହାଣେ ୧୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌ କରିଥିଲେ। ଡେଭନ୍‌ କନ୍‌ୱେ ୨୮ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ଅମ୍ବତି ରାୟୁଡୁ ୪ ଓ ମୋଇନ୍ ଅଲୀ ୧ ରନ୍‌କରି ଆଉଟ୍‌ ହୋଇଥିଲେ। ୧୧ ଓଭରରେ ୭୨ ରନ୍‌ରେ ୫ଟି ୱିକେଟ ହରାଇ ଚେନ୍ନଇ ଦୟନୀୟ ସ୍ଥିତିରେ ଥିଲା। ପରେ ଦୁଇ ବାମହାତି ଶିବମ୍ ଦୁବେ ଓ ରବୀନ୍ଦ୍ର ଜାଡ଼େଜା ଦ୍ରୁତ ୬୮ ରନ୍‌ ଯୋଡ଼ି ଦଳର ସ୍ଥିତିରୁ ସୁଧାରିଥିଲେ। ଜାଡ଼େଜା ଧିମା ବ୍ୟାଟିଂକରି ୨୪ ବଲ୍‌ରୁ ଗୋଟିଏ ଛକା ସହ ୨୦ ରନ୍‌ କରିଥିଲେ। ଶିବମ୍ ଦୁବେ ୩୪ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୮ ରନ୍‌କରି ଅପରାଜିତ ଥିଲେ। ସୁନୀଲ ନାରାୟଣ ୪ ଓଭରରୁ ମାତ୍ର ୧୫ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ। ସାଥୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ପାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories