ରୋଷେଇ ଘର ଓ ବାସ୍ତୁ ଉପାୟ

ରୋଷେଇ ଘରେ ସକାଳ ଓ ସନ୍ଧ୍ୟାରେ ବ୍ୟବହାର ହେଉଥିବା କଡ଼େଇ ଓ ତାୱାର ପ୍ରଭାବ ଗ୍ରହଙ୍କ ଉପରେ ପଡ଼ିଥାଏ। ବାସ୍ତୁ ଅନୁଯାୟୀ ଏହାକୁ ବ୍ୟବହାର କରିବାର ଶୈଳୀ ଆମ ଜୀବନ ଉପରେ ପଡ଼ିଥାଏ। ଜାଣନ୍ତୁ
– ରାତିରେ ରୋଷେଇ ଘରେ ଅଇଁଠା ବାସନା ରଖିବା ଉଚିତ ନୁହେଁ। ରାତିରେ ମଧ୍ୟ ତାୱା ଧୋଇ କରି ରଖନ୍ତୁ।
– ଯେଉଁ କଡ଼େଇ ଓ ତାୱା ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ରୋଷଇ ଘରେ ରଖନ୍ତୁ ନାହିଁ।
– ତାୱା ଓ କଡ଼େଇକୁ ଓଲଟାଇ ରଖନ୍ତୁ ନାହିଁ।
– ଗ୍ୟାସ ବନ୍ଦ ହେବା ପରେ ତାୱାକୁ ଏହା ଉପରେ ରଖନ୍ତୁ ନାହିଁ।
– ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନର ଡ଼ାହାଣ କଡ଼ରେ କଡ଼େଇ ଓ ତାୱା ରଖନ୍ତୁ।
– ଲେମ୍ବୁ ଓ ଲୁଣରେ ତାୱା ସଫା କରନ୍ତୁ। ତାୱା ଓ କଡ଼େଇ ସଫା ରହିବା ଦ୍ୱାରା ଭାଗ୍ୟରେ ସୁପରିବର୍ତନ ହୋଇଥାଏ।
– ରୋଷେଇ ଘରେ କଡ଼େଇ ଓ ତାୱା ଅଧିକ ସମୟ ଅପରିଷ୍କାର ହୋଇ ପଡ଼ିଲେ ପରିବାର ସଦସ୍ୟଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।
– ବାରମ୍ବାର ଗୋଟିଏ କଡ଼େଇ ଓ ତାୱାକୁ ଭଲ ଭାବେ ନଧୋଇ ବ୍ୟବହାର କଲେ ଘରର ପୁରୁଷଙ୍କ କ୍ଷତି ହୋଇଥାଏ।

kalyan agarbati

Comments are closed.