www.samajalive.in
Monday, December 8, 2025
20.1 C
Bhubaneswar

ମହାମାରୀ କୋଭିଡର ଦ୍ୱିତୀୟ ଲହରରେ ଦିବ୍ୟାଙ୍ଗଙ୍କୁ ଶୁଖିଲା ରାସନ୍ ସାମଗ୍ରୀ ବଣ୍ଟନ

ଭୂବନେଶ୍ୱର: ସମ୍ପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି। ଓଡିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଏକ ଘଡିସନ୍ଧି ସମୟରେ ପୁଣି ସହଯୋଗର ହାତ ବଢାଇଛି ଯଜ୍ବା ଅନୁଷ୍ଠାନ। ଏଥର ଦିବ୍ୟାଙ୍ଗଜନଙ୍କ ମୁହଁରେ ହସ ଫୁଟାଇ ପାରିଛି ଏହି ଅନୁଷ୍ଠାନ। ସେମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଅନୁଷ୍ଠାନର ଅଧ୍ୟକ୍ଷ ସଫଦର୍ ହାସିମଙ୍କ ନେତୃତ୍ୱରେ ଭୁବନେଶ୍ୱର ସହରରେ ରହୁଥିବା ଦିବ୍ୟାଙ୍ଗଙ୍କୁ ମାସ୍କ, ସାନିଟାଇଜର୍ ଓ ଶୁଖିଲା ଖାଦ୍ୟପୁଡିଆ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯଜ୍ବା ଅନୁଷ୍ଠାନ ପକ୍ଷରୁ ପଟିଆସ୍ଥିତ ଅନୁଷ୍ଠାନର ମୁଖ୍ୟକାର୍ଯ୍ୟାଳୟରେ ଦିବ୍ୟାଙ୍ଗଙ୍କୁ ମାଗଣା ଶୁଖିଲା ରାସନ୍ ସାମଗ୍ରୀ ଅଟା, ଡାଲି, ତେଲ, ଚୂଡା ଏବଂ ଚାଉଳ ଆଦି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 

- Advertisement -

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମଧୁମିତା ସାମଲ, ସିଦ୍ଧାର୍ଥ ଦାସ, କମେଡିଆନ୍ ସ୍ମୃତି(ନଟିଆ) ଯୋଗ ଦେଇ ଦିବ୍ୟାଙ୍ଗ ପିଲାମାନଙ୍କୁ କୋଭିଡ୍ ନିୟମ ଅନୁସାରେ ରାସନ୍ ସାମଗ୍ରୀ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁରାଜା ପରିଚାଲନା କରିଥିଲେ। ସବୁ ସମୟରେ ଦୁସ୍ଥ, ଗରିବ ଓ ନିସହାୟ ଲୋକଙ୍କୁ ସହଯୋଗ କରିଆସୁଥିବା ସଫଦର୍ ହାସିମଙ୍କର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories