www.samajalive.in
Tuesday, December 9, 2025
16.1 C
Bhubaneswar

ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭୁବନେଶ୍ୱର : ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନରେ ପ୍ରତ୍ୟେକ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବ୍ରତର ପାଳନ କରିଥାନ୍ତି। ଏହି ପରମ୍ପରାରୁ କିନ୍ନରମାନେ ମଧ୍ୟ ବାଦ ପଡ଼ିନାହାନ୍ତି।
ସାରା ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ସାବିତ୍ରୀ ବ୍ରତକୁ ଖୁବ୍‍ ଧୂମଧାମରେ ପାଳନ କରିବା ସହ ଗୁରୁମାନଙ୍କ ଚରଣ ଧୋଇ ଆଶୀର୍ବାଦ ନେଇଛନ୍ତି। ସୋମବାର ଟିଜି ସୁରକ୍ଷା ଟ୍ରଷ୍ଟ ଓ ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଫଳ, ଫୁଲ, ନଡ଼ିଆ, ଧୂପ, ଶାଢୀ, ଚୁଡ଼ି ପ୍ରଦାନ କରିଥିବା ବେଳେ ଶହ ଶହ କିନ୍ନର ସେଠାରେ ପୂଜାର୍ଚ୍ଚନା କରିଥିଲେ। ପ୍ରଥମେ ସେମାନେ ମା’ଦୁର୍ଗାଙ୍କୁ ପୂଜା କରିବା ପରେ ଗୁରୁ ମେନକା, ସୁଇଟି କିନ୍ନର ଓ ବବି କିନ୍ନରଙ୍କ ଚରଣ ଧୋଇ ପୂଜାର୍ଚ୍ଚନା କରିଥିଲେ। ଗୁରୁମାନେ ମଧ୍ୟ ସେମାନଙ୍କୁ ଭଲରେ ରହିବା, କୌଣସି ସ୍ଥାନରେ ବିଶୃଙ୍ଖଳା ନକରିବା, ଗୁରୁଜନ ଓ ଛୋଟମାନଙ୍କୁ ସମ୍ମାନ ଦେବା, କୁବ୍ୟବହାର ନକରିବା, ସଭିଁଙ୍କ ସୁଖଦୁଃଖରେ ଭାଗିଦାର ହେବା ପାଇଁ ଆଶୀର୍ବାଦ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଯୋଗ ଦେଇଥିଲେ। ଏହାସହ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା ଓ କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନର, ବବି କିନ୍ନର, ବିଜେପି ନେତ୍ରୀ ବନ୍ଦନା କାନୁନ୍‍ଗୋ, ରଜନୀବାଳା ଦାସ, ସୁଚିତ୍ରାବାଳା ପାତ୍ର, ରିୟା, ପ୍ରିୟା, ପାୟଲ, ଲକି, ମମତା, ରିନା, ଶୁଭ, ଅନୁ, ତନିସା, ଖୁସି, ପୂଜା କିନ୍ନର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories