www.samajalive.in
Sunday, December 7, 2025
15.1 C
Bhubaneswar

ଟାଇମ୍‌ସ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ବର: ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ଏହି ସମ୍ମାନଜନକ ବିଶ୍ୱ ରାଙ୍କିଙ୍ଗରେ କିଟ୍‍ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି। ପ୍ରତିବର୍ଷ ଟାଇମସ୍‍ ହାୟର ଏଜୁକେସନ୍‍ ପକ୍ଷରୁ ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ରାଙ୍କିଙ୍ଗ କରାଯାଇଥାଏ। ଏଥିରେ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥାନ୍ତି। ବିଶ୍ୱରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତିକରି ଟାଇମସ ହାୟର୍‍ ଏଜୁକେସନ୍‍ ପକ୍ଷରୁ ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଥାଏ। ଏସଡ଼ିଜିର ଉଦ୍ଦେଶ୍ୟକୁ ପୂରଣ କରୁଥିବାରୁ କିଟକୁ ଏହି ଇମ୍ପାକ୍ଟ ରାଙ୍କ ପ୍ରଦାନ କରାଯାଇଛି। ଏଥି ପାଇଁ ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ପୂର୍ବବର୍ଷ କିଟ୍‍ ୫୦୧+ ରାଙ୍କରେ ଥିଲା।


ସାମଗ୍ରିକ ଇମ୍ପାକ୍ଟ ରାଙ୍କିଙ୍ଗରେ କିଟକୁ ୨୦୧+ ରାଙ୍କ ମିଳିଥିବା ବେଳେ ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍’ ମାନଦଣ୍ଡରେ କିଟ୍‍ ସମଗ୍ର ବିଶ୍ୱରେ ୮୬ତମ ସ୍ଥାନରେ ରହିଛି । ଏହା ଦ୍ୱାରା ଅତିକମରେ ଗୋଟିଏ ମାନଦଣ୍ଡରେ ବିଶ୍ୱର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିପାରିଛି କିଟ୍‍। ସେହିପରି ପାର୍ଟନର୍‍ ଫର୍‍ ଦି ଗୋଲସ ମାନଦଣ୍ଡରେ ବିଶ୍ୱ ତାଲିକାର ୧୦୧+ ରାଙ୍କ, ଗୁଣାତ୍ମକ ଶିକ୍ଷା ମାନଦଣ୍ଡରେ ୨୦୧+ ଏବଂ ପିସ୍‍, ଜଷ୍ଟିସ୍‍ ଆଣ୍ଡ ଷ୍ଟ୍ରଙ୍ଗ ଇନଷ୍ଟିଚ୍ୟୁସନ ମାନଦଣ୍ଡରେ କିଟ୍‍ ୨୦୧+ ରାଙ୍କରେ ରହିଛି। ଭାରତର ପୂର୍ବାଞ୍ଚଳରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ଏହି ରାଙ୍କ ପାଇବାର ଗୌରବ ଅର୍ଜନ କରିଛି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଟାଇମସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ କିଟକୁ ‘ୱାର୍କ ପ୍ଲେସ୍ ‍ ଅଫ୍‍ ଦି ଇଅର୍‍’ ପୁରସ୍କାର ପ୍ରଦାନ କରାଯାଇଥିଲା। ମିଳିତ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ଆଧାରରେ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମସ୍‍ ହାୟର ଏଜୁକେସନ୍‍ ପକ୍ଷରୁ କରାଯାଇଥିବା ଇମ୍ପାକ୍ଟ ରାଙ୍କିଙ୍ଗ ବିଶ୍ୱର ଏକମାତ୍ର ପ୍ରଦର୍ଶନ ତାଲିକା। ଗବେଷଣା, ଆଉଟରିଚ, ଷ୍ଟିୱାର୍ଡସିପ୍‍ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଟାଇମସ ହାୟର ଏଜୁକେସନ୍‍ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା ।
କିଟ୍‍ ଏକ ସାମାଜିକ ଦାୟିତ୍ୱ ଆଧାରିତ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ଓ ପ୍ରକାଶନ ଆଦି କ୍ଷେତ୍ରରେ ବହୁ ଅଗ୍ରଗତି କରିବା ସହ କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ତାର ସାମାଜିକ ଦାୟିତ୍ୱକୁ ନିଷ୍ଠାର ସହିତ ସୁଚାରୁ ରୂପେ ପାଳନ କରିଆସୁଛି। କିଟ୍‍ ଆରମ୍ଭରୁ କରିଆସୁଥିବା ବ୍ୟାପକ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟସବୁକୁ ମୂଲ୍ୟାୟନ କରି ଏହି ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଛି। ଏହି ସଫଳତାରେ କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି କିଟ୍‍ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁ ଦାୟିତ୍ୱ ନିଭାଇ ଆସୁଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‍ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି। ଏଥିରେ କିଟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀ ଆନନ୍ଦ ପ୍ରକାଶ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories