www.samajalive.in
Tuesday, December 9, 2025
16.1 C
Bhubaneswar

ଘରକୁ ଫେରିବାକୁ ଆକୁଳ ନିବେଦନ କଲେ ବଙ୍ଗାଳି ଫେରିବାଲା

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଗଡ଼ିଗାଁ ଓ ଅନ୍ୟ ଗ୍ରାମ ପଞ୍ଚାୟତରେ ଥିବା କେତେକ ବଙ୍ଗାଳି ଫେରିବାଲା ଘରକୁ ଫେରିଯିବାକୁ ଆକୁଳ ନିବେଦନ କରିଛନ୍ତି। ଲକଡାଉନ ଆରମ୍ଭରୁ ଫେରି କାରବାର ବନ୍ଦ ରହିଥିବାବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ସେମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟିକରିଛି।

ଏଠାରେ ସେମାନଙ୍କୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପ୍ରଦାନ କାରାଯାଉଥିଲେ ମଧ୍ୟ ପଶ୍ଚିମ ବଙ୍ଗ ରାଜ୍ୟରେ ଥିବା ସେମାନଙ୍କ ସ୍ତ୍ରୀ, ପିଲା,ଛୁଆଙ୍କ ଚିନ୍ତା ପାଇଁ ଫେରିଯିବାକୁ ଉଦ୍ୟମ ଜାରି ରଖିଛନ୍ତି। କହ୍ନେଇଁବନ୍ଧରେ ରାହୁଥିବା ପଶ୍ଚିମ ବଙ୍ଗର ବିରଭୂମି ଜିଲାର ନାଲହାତୀ ଥାନା ଶୁକ୍ରାବାଦ ଗ୍ରାମର ୮ ଜଣ ବ୍ୟକ୍ତି ବହୁବାର ନିଜ ରାଜ୍ୟର ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ଯାଇ ବିଫଳ ହୋଇଛନ୍ତି। ଫେରି ବନ୍ଦ ଥିବାରୁ ରୋଜଗାର ମଧ୍ୟ ନାହିଁ ।

- Advertisement -

ଏମିତି ଏକ ଦୋଛକିରେ ପଡିଥିବା ବଙ୍ଗାଳି ମାନେ ଫେରିବାକୁ ରାହା ଦେଖୁଥିବା ବେଳେ ସମସ୍ୟା ସମ୍ପର୍କରେ ଏହି ପ୍ରତିନିଧିଙ୍କ ଦ୍ୱାରା ଶନିବାର ଖୁଣ୍ଟା ଗସ୍ତରେ ଆସିଥିବା ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ବାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲାରେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ପଶ୍ଚିମ ବଙ୍ଗ ସରକାରକୁ ଅବଗତ କରାଯିବା ପରେ ସେମାନଙ୍କ ଫେରିବା ବାବଦରେ ପଦକ୍ଷେପ ନିଆଯାଇ ପାରିବ ବୋଲି ଜିଲାପାଳ କହିଥିଲେ । ଏଥି ମଧ୍ୟରେ ଆଜି ଠାରୁ ଏକ ସ୍ୱତନ୍ତ୍ର ଫର୍ମରେ ବଙ୍ଗାଳି ମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ବ୍ଲକ ନୋଡାଲ ଅଧିକାରୀ ପ୍ରମୋଦ ନାୟକଙ୍କ ଠାରୁ ଜଣାପଡିଛି। ପରିବାର ଠାରୁ ଦୂରରେ ରହି ପେଟ ପୋଷିବାକୁ ଓଡିଶା ଆସିଥିବା ଏହି ଫେରିବାଲା ମାନେ ବିପତ୍ତି ସମୟରର ନିଜ ପରିବାର ନିକଟକୁ କେବେ ଫେରିବେ ଦିନେ ଦୁଇଦିନ ପରେ ଜଣା ପଡିବ।

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories