www.samajalive.in
Monday, December 8, 2025
27.1 C
Bhubaneswar

ଖଲିସ୍ତାନ ଟାଇଗର ବାହିନୀ ମୁଖ୍ୟ ନିଜ୍ଜାରକୁ ହତ୍ୟା

ସରେ : ଖଲିସ୍ତାନୀ ଆତଙ୍କବାଦୀ, ଖଲିସ୍ତାନ ଟାଇଗର ବାହିନୀ (କେଟିଏଫ୍‌) ମୁଖ୍ୟ ହରଦୀପ ସିଂହ ନିଜ୍ଜାରକୁ କାନାଡ଼ାର ସରେସ୍ଥିତ ଗୁରୁ ନାନକ ଶିଖ ଗୁରୁଦ୍ବାରା ସାହେବ ନିକଟରେ ରବିବାର ସନ୍ଧ୍ୟାରେ ହତ୍ୟା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ନିଜ୍ଜାରର ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା। ନିକଟରେ ସରକାରଙ୍କ ଦ୍ବାରା ପ୍ରକାଶିତ ସର୍ବାଧିକ ବିପଜ୍ଜନକ ୪୦ ଆତଙ୍କବାଦୀଙ୍କ ତାଲିକାରେ ନିଜ୍ଜାରର ନାମ ଥିଲା। ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ତା’ର ମୁଣ୍ଡ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରିଥିଲା। ତା’ ନାମରେ ବହୁ ଆତଙ୍କ ଓ ଅପରାଧ ଅଭିଯୋଗ ରହିଥିଲା। ତା’ର ଗୁଳିବିଦ୍ଧ ମୃତଦେହକୁ କାନାଡ଼ା ପୁଲିସ ଗୁରୁଦ୍ବାରା ନିକଟ ଗାଡ଼ି ପାର୍କିଂ ସ୍ଥାନରେ ଥିବା କାରରୁ ଉଦ୍ଧାର କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବାଇକ୍‌ରେ ଆସିଥିବା ଦୁଇ ସନ୍ଦିଗ୍ଧ ତାକୁ ଗୁଳି ମାରିଥିଲେ ଓ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। ପୁଲିସ ସେଠାରୁ ମୃତଦେହ ଜବତ କଲାବେଳେ କିଛି ଶିଖ୍‌ ବ୍ୟକ୍ତି ବିଶେଷ ଭାରତ ବିରୋଧୀ ଓ ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ ଦେଇଥିଲେ। ପଞ୍ଜାବର ଜଳନ୍ଧର ଅନ୍ତର୍ଗତ ଭରସିଂହପୁରଠାରେ ୧୯୭୭ରେ ଜନ୍ମିତ ନିଜ୍ଜାର କାନାଡ଼ାରେ ସ୍ଥାୟୀ ବସବାସ କରୁଥିଲା। ପଞ୍ଜାବରେ ବିଭିନ୍ନ ଅପରାଧ ଘଟାଇବା ପରେ ସେ କାନାଡ଼ା୍କୁ ଖସି ପଳାଇଥିଲା। ୨୦୨୨ରେ ଜଳନ୍ଧରଠାରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା ମାମଲାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କାନାଡ଼ାରେ ସେ ଖଲିସ୍ତାନୀ ଲିବରେସନ୍‌ ଫୋର୍ସ, ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ, ଇଣ୍ଟରନ୍ୟାସନାଲ ଶିଖ୍‌ ୟୁଥ୍‌ ଫେଡେରେସନ୍‌ ଭଳି ସଂଗଠନ ସହ ସଂଯୋଗ ସ୍ଥାପନ କରିଥିଲା। ଶିଖ୍‌ ଫର ଜଷ୍ଟିସ ସଂଗଠନକୁ ଆତଙ୍କବାଦ ପାଇଁ ମଧ୍ୟ ପ୍ରୋତ୍ସାହିତ କରିଥିଲା। ଏହି ସଂଗଠନ ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ର ଓ ନିଷିଦ୍ଧ ସମଗ୍ରୀ ଚୋରାଚାଲାଣରେ ସମ୍ପୃକ୍ତ ରହିବା ସହ ହତ୍ୟା ଅପରାଧ ଚଳାଇଛନ୍ତି। ଏନ୍‌ଆଇଏ ସମ୍ପ୍ରତି ଏହା ବିରୋଧରେ ତଦନ୍ତ ଚଳାଇଛି। ନିଜ୍ଜାରକୁ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ରହିଛି କିମ୍ବା ସଂଗଠନରେ ଅନ୍ତଃଦ୍ବନ୍ଦ୍ବ ତାହା ସ୍ପଷ୍ଟ ହୋଇନାହିଁ; ତେବେ ତା’ର ମୃତ୍ୟୁ ଖଲିସ୍ତାନ ସପକ୍ଷବାଦୀଙ୍କୁ ବଡ଼ ଆଘାତ ଦେଇଥିବାବେଳେ ଭାରତର ଖଲିସ୍ତାନୀ ଦମନ ଅଭିଯାନକୁ ଆଶ୍ବସ୍ତି ପ୍ରଦାନ କରିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories