www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ଦାଣ୍ଡରେ ଦୋକାନୀ-ପୋଲିସ ମୁହାଁମୁହି

ପୁରୀ :  ବଡ଼ଦାଣ୍ଡରେ ଦୋକାନ ଉଚ୍ଛେଦକୁ କେନ୍ଦ୍ରକରି ସୋମବାର ବିଳମ୍ବିତ ରାତିରେ ବ୍ୟବସାୟୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଘଟଣା ସ୍ଥଳରେ ଶତାଧିକ ଦୋକାନୀ ରୁଣ୍ଡ ହୋଇଛନ୍ତି। ଜଣେ ଫଳ ଦୋକାନୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଉଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦୋକାନୀ ମାନେ ରାସ୍ତା ଅବରୋଧ କରିଛନ୍ତି। ମାଜିଷ୍ଟ୍ରେଟ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀଙ୍କ ସହ ଆଲୋଚନା ଚଳାଇଛନ୍ତି। ସୂଚନା ଅନୁଯାୟୀ ରାତିରେ କେତେକ ଉଠା ଦୋକାନୀ ବଡ଼ଶଙ୍ଖ ନିକଟ ବଡ଼ଦାଣ୍ଡରେ ଫଳ ବିକ୍ରି କରୁଥିଲେ। ଏ ସମ୍ପର୍କରେ ଖବର ପାଇଁ ପୁରୀ ପୌର ସଂସ୍ଥା ଅତିରିକ୍ତ କାର୍ଯନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ସେଠାରେ ପହଞ୍ଚି ଥିଲେ। ରଥ ଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ସମାଗମ ହେଉଥିବାରୁ ଦୋକାନ ଉଚ୍ଛେଦ ପାଇଁ ସେମାନେ ଉଦ୍ୟମ କରିଥିଲେ। କେତେକ ଦୋକାନୀ ତାହାକୁ ବିରୋଧ କରିଥିଲେ। ତେଣୁ ପୋଲିସ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା। ଜଣେ ପୋଲିସ ଅଧିକାରୀ ଦୋକାନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ରାତି ପ୍ରାୟ ଗୋଟାଏ ବେଳେ କିଛି ଦୋକାନୀ ରାସ୍ତା ଅବରୋଧ କରିବା ସହ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories