www.samajalive.in
Saturday, December 6, 2025
26.1 C
Bhubaneswar

୨୦ ହଜାର ଲିଟର ପିଡିଏସ କିରୋସିନ ଜବତ: ୩ ଅଟକ, ୨ ଟ୍ୟାଙ୍କର ଜବତ

ଗୁରୁଡିଝାଟିଆ: ଏସଟିଏଫ୍‍ ଟିମର କୌଶଳ ନିକଟରେ ହାର ମାନିଛି ଚୋରା ବ୍ୟବସାୟୀ। ସମସ୍ତ ଯୋଜନା ମୁତାବକ ଏସଟିଏଫ୍‍ର ଡିଏସ୍‍ପି ଅରୁଣ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ବଉଳ ନିକଟରେ ଚଢାଉ କରାଯାଇ ୨ଟି କିରୋସିନି ବୋଝେଇ ଟ୍ୟାଙ୍କର ଜବତ କରାଯାଇଛି। ଗୋଟିଏ ଟ୍ୟାଙ୍କରେ ୧୬ହଜାର ଲିଟର ଓ ଅନ୍ୟଟିରେ ୪ହଜାର ଲିଟର ମୋଟ ୨୦ହଜାର ଲିଟର କିରୋସିନି ରହିଥିଲା। ଘଟଣାସ୍ଥଳରୁ ଏହି କଳା କାରବାରରେ ସଂପୃକ୍ତ ଥିôବା ଅଭିଯୋଗରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୋତର ଗ୍ରାମର ଗୋକୁଳାନନ୍ଦ ପାଳ ଓ ଟ୍ୟାଙ୍କର ଚାଳକ ରାଧାମୋହନ ବାରିକ,ହେଲପର ଜିତେନ୍ଦ୍ର ରାଉତକୁ ଅଟକ ରଖାଯାଇଛି। ଏସଟିଏଫ ଟିମ୍‍ ଦୁଇଟି ଡ୍ରମରେ ଥିବା ଅପମିଶ୍ରିତ କିରୋସିନ ଏଥିସହିତ କିଛି କେମିକାଲକୁ ମଧ୍ୟ ଜବତ କରିଛି। ଏତେ ପରିମାଣର ପିଡିଏସ କିରୋସିନ କିଭଳି ଓ କେଉଁଠାରୁ ଆସିଲା ତାହା ମଧ୍ୟ ତଦନ୍ତ ଜାରିରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ କିଭଳି ଭାବରେ ଜାଣିପାରୁନାହାନ୍ତି। ଏହି କାରବାରରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଖୋଳତାଡ ଆରମ୍ଭ ହେବା ଉଚିତ୍‍ ବୋଲି ସାଧାରଣରେ ଆଲୋଚିତ ହେଉଛି। ଏହି ପିଡିଏସ କିରୋସିନ ଅଣାଯାଇ ବଉଳ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରେ ଟ୍ୟାଙ୍କର ଜରିଆରେ ରଖାଯାଏ। ଏହି କାରବାରକୁ ସୁରୁଖୁରୁ ରେ ସଂପାଦନ କରିବା ପାଇଁ ବେଶ ଚଚ୍ଛୁରାତର ସହିତ ସମସ୍ତ କାର୍ୟ୍ୟ କରାଯାଇଥାଏ। ହେଲେ ବିଶ୍ୱସ୍ତ ସୁତ୍ରରୁ ଜାଣି ଏସଟିଏଫ ଟିମ ଆଜି ଗୁରୁଡିଝାଟିଆ ପୋଲିସର ଉପସ୍ଥିତିରେ ଚଢାଉ କରିବା ସହିତ ଦୁଇଟିଟ୍ୟାଙ୍କର ରେ ଥିବା ୨୦ହାଜର ଲିଟର କିରୋସିନ, ଅପମିଶ୍ରିତ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିବା ସହିତ ୩ଜଣଙ୍କୁ ଅଟକ ରଖିଛନ୍ତି। କଟକର ଜନୈକ ପ୍ରଭାବଶାଳୀ ବ୍ୟବସାୟୀ ଏହି କାର୍ୟ୍ୟରେ ସଂପୃକ୍ତ ଥିବାର ଗୁରୁଡିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି କହିଛନ୍ତି। ପୂର୍ବରୁ ମଧ୍ୟ ମଙ୍ଗୁଳି ନିକଟରୁ ବହୁ ପରିମାଣର କିରୋସିନ ଜବତ ହୋଇଥିବାର ଜଣାଯାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories