www.samajalive.in
Saturday, December 6, 2025
23.1 C
Bhubaneswar

ସରିଲା ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ନେତାଙ୍କ ଅନ୍ଧାରିବିଜେ

କେନ୍ଦୁଝରଗଡ଼: ଆସନ୍ତା ୨୫ ତାରିଖ ଅନୁଷ୍ଠିତ ହେବାକୁଥିବା ଜିଲାର ଏକମାତ୍ର ଲୋକସଭା ଓ ୬ ବିଧାନସଭା ଆସନ ପାଇଁ ଗୁରୁବାର ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବା ନିୟମ ଥିବାବେଳେ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଗୁରୁବାର ଓ ଶୁକ୍ରବାର ରାତିରେ ଭୋଟରଙ୍କୁ ମନାଇବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ଅନ୍ଧାରିବିଜେକୁ ଗୁରୁତ୍ବ ଦେଇଛନ୍ତି।

ଆଧୁନିକ ଯୁଗରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମୋବାଇଲ ଯୋଗେ ଘରେ ବସି ଏହି ଛାୟା ପ୍ରଚାରକୁ ନିୟନ୍ତ୍ରଣ କରୁଥିବା ବେଳେ ଭୋଟର ମଧ୍ୟ ଅନ୍ଧାରି ବିଜେକୁ ଚାତକ ପରି ଚାହିଁ ରହିଛନ୍ତି। ବିଶେଷକରି ବହୁଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଛାୟାପ୍ରଚାରକୁ ଭୋଟର ରାତି ଅନିଦ୍ରା ହୋଇ ଚାତକ ପରି ଚାହିଁ ରହିଛନ୍ତି। ଚଳିତଥର ଜିଲାର ସମସ୍ତ ୬ ବିଧାନସଭା ଆସନ ମଧ୍ୟରୁ ଘସିପୁରା ବିଧାନସଭା ଆସନରେ ବିଜେଡି ଓ ସ୍ୱାଧିନ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ବେଳେ ଅନ୍ୟ ସମସ୍ତ ୫ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories