ପରିତ୍ୟକ୍ତ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସଁଅରାପଶି ଗ୍ରାମର ଏକ ପରିତ୍ୟକ୍ତ ଘରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ସଁଅରାପଶି ଗ୍ରାମର ରହିଦାସ ମହାନ୍ତଙ୍କ ପୁଅ ଦୀପକ ମହାନ୍ତ (୨୮) ।
ସୂଚନା ଅନୁଯାୟୀ, ଦୀପକ ସକାଳୁ ଉଠି ଶୌଚ ହେବା ପାଇଁ ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ । ଦୀପକଙ୍କ ବାପା ବହୁ ଖୋଜାଖୋଜି କରିବା ପରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ସ୍କୁଲ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପାଇଥିଲେ । ଦୀପକଙ୍କ ଗୁପ୍ତାଙ୍ଗକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।
Comments are closed.