www.samajalive.in
Wednesday, December 10, 2025
26.1 C
Bhubaneswar

ଏକ ମାସ ପରେ ନିଖୋଜ ଶିଶୁର ପାଦ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ଯୋଡା: ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ ବସ୍ତି ସନ୍ନିକଟ ଏକ ପଡିଆରେ ରବିବାର ଏକ ନିଖୋଜ ଶିଶୁର ଗଳିତ ପାଦ ଉଦ୍ଧାର ହୋଇଛି। ଶନିବାର ବୁଲା କୁକୁର ଶିଶୁର ଗଳିତ ହାତକୁ ନେଇ ବୁଲୁଥିବାର କିଛି ସ୍ଥାନୀୟ ଲୋକ ଦେଖିଥିବା ସମୟରେ ରବିବାର ବୁଲା କୁକୁର ଶିଶୁର ଗଳିତ ପାଦକୁ ପଡିଆରେ ଫୋପାଡି ଦେଇ ପଳାଇଥିବାର ସ୍ଥାନୀୟ ବସ୍ତିର କିଛି ପିଲା ଦେଖିବା ପରେ ସ୍ଥାନୀୟ ଲୋକେ ଯୋଡା ପୁଲିସ କୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ଛାନଭିନ୍ କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ସାହାଯ୍ୟ ଲୋଡିଥିଲେ। ଅପରାହ୍ନରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ଘଟଣାର ଅନୁସନ୍ଧାନ କରିଥିବାର ସୂଚନାରୁ ପ୍ରକାଶ। ଘଟଣା ସ୍ଥଳରୁ ଜବତ ହୋଇଥିବା ଗଳିତ ପାଦଟି ସମ୍ପୃକ୍ତ ବସ୍ତିର ବାପା ଛେଉଁଣ୍ଡ ଶିଶୁ ପୁତ୍ର ରୋହିତ ଓରାମ (ସାଢେ ତିନି ବର୍ଷ) ର ବୋଲି ଶିଶୁର ମା ଶଶି ଓରାମ ଦାବି କରିଥିବାର ସୂଚନାରୁ ପ୍ରକାଶ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୧୫ ଡିସେମ୍ବର ରବିବାର ଦିନ ମା ଶଶି ଘରେ ରୋହିତକୁ ଖାଇବାକୁ ଦେଇ କାମକୁ ଯାଇଥିବା ବେଳେ ଶିଶୁଟିକୁ କୌଣସି ଦୁର୍ବୂତ୍ତ ନେଇ ଫେରାର ହୋଇଯାଇଥିବାର ଜାଣିବାକୁ ପାଇଥିଲେ। ପ୍ରାୟ ଏକ ସପ୍ତାହ ବ୍ୟାପି ସମ୍ପର୍କୀୟଙ୍କ ସହ ଖୋଜାଖୋଜି କରିବା ପାରେ ଶଶି ଶିଶୁପୁତ୍ରର କୌଣସି ଟେର ନପାଇବା ପରେ ଯୋଡା ଥାନାରେ ଶିଶୁର ଜେଜେ ଗୁରୁଚରଣ ଓରାମ ନାତିର ନିଖୋଜ ନେଇ ଯୋଡା ଥାନାରେ ଅଭିଯୋଗ କରିଥିଲେ। ଶଶିଙ୍କ କହିବା ଅନୁଯାଇ ସ୍ୱାମୀଙ୍କ ମୃତ୍ୟୁ ପରେ ହୋଟେଲରେ କାମ କରି ସେ ନିଜର ଦୁଇ ଝିଅ ଓ ଗୋଟିଏ ପୁଅ ରୋହିତର ଲାଳନ ପାଳନ ଅତି କଷ୍ଟରେ କରିଆସୁଥିଲେ। ନିଖୋଜର ଚାରି ସପ୍ତାହ ପରେ ରବିବାର ଉଦ୍ଧାର ହୋଇଥିବା ଗଳିତ ପାଦଟି ତାଙ୍କ ପୁଅ ରୋହିତର ବୋଲି ଶଶି ଦୃଢୋକ୍ତି ପ୍ରକାଶ କରିବା ସହ ରୋହିତ କୁ ହତ୍ୟା କରାଯାଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ସମ୍ପର୍କୀୟର ହାତ ଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ,ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରି ରଞ୍ଜନ କୁମାର ବିଶ୍ୱାଳ ଉପସ୍ଥିତ ରହି ଏଭଳି ଜଘନ୍ୟ ଆମାନୁଷିକ ହତ୍ୟାକାଣ୍ଡର ବିଭିନ୍ନ ଦିଗରୁ ଅନୁସନ୍ଧାନ ଚଳାଇ ଥିବା ସମୟରେ ହତ୍ୟା ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଅବ୍ୟାହତ ରଖିଥିବାର ଖବର ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories