www.samajalive.in
Monday, December 8, 2025
27.1 C
Bhubaneswar

ବିଲାତି ଚାଷ ଉତ୍ପାଦନ ବୃଦ୍ଧି, ଅଭାବୀ ବିକ୍ରି ସାଙ୍ଗକୁ ଋଣ ବୋଝ ଚିନ୍ତା

କେନ୍ଦୁଝରଗଡ଼: ଅନୁକୁଳ ପାଗ ଯୋଗୁଁଁ ୨୦୨୪-୨୫ରେ କେନ୍ଦୁଝର ଜିଲାବ୍ୟାପୀ ବିଲାତି ଚାଷ ଉତ୍ପାଦନ ଆଶାତୀତ ବୃଦ୍ଧି ପାଇଛି। ଉତ୍ପାଦିତ ବିଲାତିର ଅଭାବୀ ବିକ୍ରି ଯୋଗୁଁଁ  ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ହେଲେ ଭଲ ଦି’ପଇସା ମିଳିବ, ସେଥିରୁ ଋଣ ଅର୍ଥ ପରିଶୋଧ ସାଙ୍ଗକୁ ପରିବାର ଗୁଜୁରାଣ ମେଣ୍ଟାଇବା ଏହି ଆଶାରେ କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ଟିକରପଡା, ନାଉପଦା, ରଥମରା, ସଲରାପେଣ୍ଠ, ଧାତିକା, ବରଦାପାଳ ପଞ୍ଚାୟତ ବରଦାପାଳ, କାଦଗଡ଼, ଗୋପୀନାଥପୁର ପଞ୍ଚାୟତ ଅଧିନ ସିଲିସୁଆଁ, ଦନାର୍ଦ୍ଦନପୁର ପଞ୍ଚାୟତ ଅଧିନ ଭାଲିଆଡି ଓ ବାଲିପଶି ଆଦି ଗ୍ରାମର ବହୁ ଚାଷୀ ପ୍ରାୟ ୨୦୦ଏକରରୁ ଅଧିକ ଜମିରେ ବିଲାତି ଚାଷ କରିଛନ୍ତି।

ଏହି ସମସ୍ତ ଗ୍ରାମରେ ବିଲାତି ଚାଷ ଖୁବ୍‌‌ ଭଲ ହୋଇଥିବା ବେଳେ ଉତ୍ପାଦିତ ବିଲାତିର ବିକ୍ରି ନେଇ ବଜାର ମୂଲ୍ୟ ଧାର୍ଯ୍ୟ ସହ ବଜାର ସୁଯୋଗ ନଥିବାରୁ ଉତ୍ପାଦିତ ବିଲାତି ବିକ୍ରି କରିନପାରି ଚାଷ ଜମିରେ ବିଲାତି ପଚି ନଷ୍ଟ ହେବାରେ ଲାଗିଛି।  ବିଲାତି ଚାଷ ପାଇଁ ୧୦ଗ୍ରାମ ମଞ୍ଜିକୁ ୫୫୦ଶହ ଟଙ୍କା ମୂଲ୍ୟରେ କିଣିବାକୁ ପଡ଼ିଥିବା ବେଳେ ସାର ଓ କୀଟନାଶକ ସମେତ ଚାଷ ଜମିକୁ ପମ୍ପ ଯୋଗେ ଜଳସେଚନ ପାଇଁ ଏକର ପ୍ରତି ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ବୋଲି ଟିକରଗୁମୁରା ଗ୍ରାମର ଚାଷୀ ବିଶ୍ୱନାଥ ମାଝୀ କହିଛନ୍ତି।

- Advertisement -

କେବଳ ସେତିକି ନୁହେଁ, ବିଲାତି ଚାଷ ପାଇଁ ରାଇସୁଆଁ ସମବାୟ ସମିତି ଓ ମହାଦେଇଯୋଡା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା କୃଷି ଋଣ ଆଣି ପ୍ରତିବର୍ଷ ବିଲାତି ଚାଷ କରିଥାଉ ବୋଲି କାଦଗଡ଼ ଗ୍ରାମର ଅନ୍ୟତମ ବିଲାତି ଚାଷୀ ପ୍ରଫୁଲ୍ଲ ମହାନ୍ତ ପ୍ରକାଶ କରିଛନ୍ତି।

ଗତବର୍ଷ ଏହି ସମୟରେ ୨୭ରୁ ୩୦ କି.ଗ୍ରା ଓଜନର ବିଲାତି ଟ୍ରେ ପ୍ରତି ୩୦୦ରୁ ୩୫୦ଟଙ୍କାରେ ବିକ୍ରି କରିଥିବା ବେଳେ ଆଜି ମାତ୍ର ୩୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ଅଭାବି ବିକ୍ରି ନେଇ ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଛନ୍ତି।

ଗୋଟିଏ ଟ୍ରେ ବିଲାତି ତୋଳିବା ପାଇଁ ୨୦ରୁ ୨୫ଟଙ୍କା ଖର୍ଚ୍ଚ ହୋଉଥିବା ବେଳେ ମାତ୍ର ୩୦ଟଙ୍କା ମୂଲ୍ୟରେ ୩୦କି.ଗ୍ରା ଓଜନର ବିଲାତି ଟ୍ରେ ବିକ୍ରି ସତ୍ତ୍ୱେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ବ୍ୟବସାୟୀ ଆସୁନାହାନ୍ତି ବୋଲି ବରଦାପାଳ ଗ୍ରାମର ବିଲାତି ଚାଷୀ ମହେନ୍ଦ୍ର ମୁଣ୍ଡା କହିଛନ୍ତି।

ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଉପଯୁକ୍ତ ବଜାର ସାଙ୍ଗକୁ ମହଜୁଦ ପାଇଁ ଶୀତଳଭଣ୍ଡାର ନାହିଁ। ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ଉପଯୁକ୍ତ ବଜାର ସୁଯୋଗ ସୃଷ୍ଟି ନହେବା ଏବଂ ଅଧିକ ଉତ୍ପାଦିତ ସାମଗ୍ରୀର ମହଜୁଦ୍‌‌ ପାଇଁ ଜିଲାରେ ଶୀତଳଭଣ୍ଡାର ସୁବିଧା ନଥିବାରୁ ଋଣ ସୁଝିବା କଷ୍ଟକର ହୋଇପଡ଼ିବ ବୋଲି ଟିକରପଡାର ଚାଷୀ ବିଶ୍ୱନାଥ ମାଝୀ, କାଦଗଡ଼ର ପ୍ରଫୁଲ୍ଲ ମହାନ୍ତ, ରଥମରାର ସର୍ଦ୍ଦାର ମୁଣ୍ଡା, ସିଲିସୁଆଁର ରତ୍ନାକର ଦେହୁରୀ, ଭାଲିଆଡିହିର ଜୁଇ ଦେହୁରୀ ଓ ଅଷାଢ଼ୀ ଦେହୁରୀ, ବାଲିପଶିର ସୁଶାନ୍ତ ହେମ୍ବ୍ରମ୍‌‌ ପ୍ରକାଶ କରିଛନ୍ତି।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories