କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ ସୁଲେଇଖମାରସ୍ଥିତ ଦକ୍ଷିଣ ପରିସରରେ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଜିଲାପାଳ ବିଶାଲ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟର ଯୁବରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀବାହିନୀ, ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏବଂ ଦୈନିକ ‘ସମାଜ’, ଗୋନାସିକା ଏଜୁକେସନାଲ ଟ୍ରଷ୍ଟ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖା ଓ କେନ୍ଦୁଝର ବନଖଣ୍ଡ ମିଳିତ ସହଯୋଗରେ ଏହି ବନ ମହୋତ୍ସୋବ ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲାପାଳ ଶ୍ରୀ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାରାରୋପଣ ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷା କରାଯିବା ସହ ଭବିଷ୍ୟତ ପୀଢ଼ି କିଭଳି ଏହାର ସୁଫଳ ପାଇପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆରକ୍ଷୀ ଅଧିକ୍ଷକ, ନିତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପରିବେଶବିତ୍ ଡ. ବନବିହାରୀ ମିଶ୍ର, ଗୋନାସିକା ଏଜୁକେସନାଲ ଟ୍ରଷ୍ଟ ଚେୟାରମ୍ୟାନ ରାଜଶ୍ରୀ ଖଟୋଇ ଓ ରୋଟାରୀ କ୍ଲବ କେନ୍ଦୁଝରର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକସ୍ଥିତିରେ ଚାରାରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଏହାର ଉପଯୁକ୍ତ ଲାଳନପାଳନ କରାଯାଇ ବୃକ୍ଷରେ ପରିଣତ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଯଶୋବନ୍ତ ନାରାୟଣ ସିଂବାବୁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ସହଯୋଗୀ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିଗଣ ବିଶ୍ୱବିଦ୍ୟାଳୟ ପରିସରରେ ମୂଲ୍ୟବାନ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ପ୍ରଥମ ଦିବସରେ ୫୦୦ରୁ ଉଦ୍ଧ୍ୱର୍ ଚାରାରୋପଣ କରାଯାଇଛି । ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ରବିବାର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ ।
ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସମ୍ପାଦକ ଦୀପକ କୁମାର ନାଏକ, ରୋଟାରିଆନ ଇଂ ସୁରେଶ ଚନ୍ଦ୍ର ଖଟୋଇ, ସତ୍ୟଜିତ ନନ୍ଦ, ଇଂ ଦେବବ୍ରତ ସ୍ୱାଇଁ, ଅମୀୟ ବେହେରା, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା, ନିଋପମା ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ସମାଜ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର ଓ ବିଜୟ କୁମାର ମିଶ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖାର ଇପ୍ସୀ ଗିରି, ଲୁଲୁ ନାଏକ ଓ ସନ୍ତୋଷ କୁମାର ନାୟକ, ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସୁମନ୍ତ୍ର ନାଏକ, ଡ. ଶ୍ରୀଧର ସନ୍ୟାସୀ, ନିବେଦିତା ପତି, ଡ. ସରିତା ନାୟକ, ଶୁକଦେବ ତିରିଆ, ସଲମା କିସ୍କୁ, ଶଶୀକାନ୍ତ ଜେନା, ବଳରାମ ମାରାଣ୍ଡି, ପ୍ରକାଶ ଚନ୍ଦ୍ର ପାଲ, ନବଘନ ମଲ୍ଲୀକ, ଶାଶ୍ୱତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।



