www.samajalive.in
Saturday, December 6, 2025
26.1 C
Bhubaneswar

ସୁନାବେଶରେ ମା’ଙ୍କ ଦର୍ଶନ ପାଇ ଭକ୍ତ ଅଭିଭୂତ

କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତିପର୍ବର ଷଷ୍ଠଦିନରେ ରବିବାର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି। ଚଳିତମାସ ୯ ତାରିଖରୁ ମା’ଙ୍କ ପ୍ରସିଦ୍ଧ ଚଇତିପର୍ବ ଆରମ୍ଭ ହୋଇଥିବା ବେଳେ ଏହି ପର୍ବରେ ୭ଦିନବ୍ୟାପୀ ମା’ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଥିବାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଓଡିଆ ନବବର୍ଷରେ ୩ରୁ ୪ଗୁଣା ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।

ମା’ଙ୍କ ସୁନାବେଶ ଦେଖି ଭକ୍ତଗଣ ଅଭିଭୂତ ହେବାସହ ଏହି ଦର୍ଶନ ପାଇଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ଲୋକବିଶ୍ୱାସ ରହିଆସିଛି। ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ ସାନିଧ୍ୟ ଲାଭ କଲେ ବହୁ ପୂଣ୍ୟ ମିଳିବା ସହ ସକଳ ଦୁଃଖ ଦୂର ହୋଇଥାଏ ଏହି ବିଶ୍ୱାସରେ ଜିଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ରବିବାର ଭୋରରୁ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ ସହ ଭୋଗଲାଗି କରିଛନ୍ତି।

- Advertisement -

ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ସାଙ୍ଗକୁ ପଣାସଂକ୍ରାନ୍ତି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି ଭୋର ୪ଟାରୁ ମା’ଙ୍କ ସକାଳ ନୀତି ଶେଷ ପରେ ୫ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରଖାଯାଇଥିଲା। ଶୃଙ୍ଖଳିତ ଭାବେ ଭକ୍ତଗଣ କିଭଳି ମା’ଙ୍କ ସୁନାବେଶ ଦର୍ଶନ କରିବେ ସେ ନେଇ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବ୍ୟାରିକେଡ ନିର୍ମାଣ କରାଯାଇ ପୁଲିସ ବାହିନୀ ସହ ସ୍ୱେଛାସେବୀ ମୁତୟନ କରାଯାଇ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନରେ ସହାୟତା କରିଥିଲେ।

ପ୍ରଥମଥର ପାଇଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାରିକେଡକୁ ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି। ମନ୍ଦିର ପରିସରରେ ଭିଡକୁ ଏଡାଇବା ପାଇଁ ଜଣପ୍ରତି ଭକ୍ତଙ୍କୁ ସର୍ବାଧିକ ୨ଟି ନଡିଆ ମା’ଙ୍କ ନିକଟରେ ଭୋଗଲାଗି ପଦକ୍ଷେପ କିଛିମାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା। ପଣାସଂକ୍ରାନ୍ତି ଅବସରରେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ପ୍ରତିବର୍ଷ ଭଳି ତାରିଣୀ ସେବା ସମିତି ବଣିକ ସଂଘ କେନ୍ଦୁଝର ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।

ଶ୍ରୀ ସତ୍ୟସାଇ ସେବା ସମିତି ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଗଠିତ ଆଦିତ୍ୟ ବାହିନୀ ସ୍ୱେଛାସେବୀଙ୍କ ଦ୍ୱାରା ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଶୃଙ୍ଖଳିତ ଭାବେ ଯାତାୟାତର ତଦାରଖ ବ୍ୟବସ୍ଥା ସହ ମନ୍ଦିର ବେଢ଼ା ଭିତରେ ଓ ବାହାରେ ସ୍ୱଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଘଟଗାଁ କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କି ପ୍ରଦର୍ଶନ ଏବଂ ଟ୍ରଷ୍ଟ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ମା’ଙ୍କ ଦର୍ଶନ ପାଇଁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ଯାନକୁ ୨୦ନଂ ଜାତୀୟ ରାଜପଥର ଉଭୟ ଦିଗରେ ମନ୍ଦିର ପୁର୍ବରୁ ପାର୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories