www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ନୂତନ ଭବନର ଶିଳାନ୍ୟାସ 

କେନ୍ଦୁଝରଗଡ: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଭବନ ନିର୍ମାଣ ନିମନ୍ତେ ଗୁରୁବାର ଶିଳାନ୍ୟାସ ହୋଇଯାଇଛି। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ପୂର୍ବତନ ଲୋକସଭା ସଦସ୍ୟ ତଥା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ରନାଥ କାଲୁଣ୍ଡିଆ, ସମବାୟ ନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ, ସହକାରୀ ସମବାୟ ନିବନ୍ଧକ ଆନନ୍ଦପୁର ଅଜୟ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରିଥିଲେ। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ରଶ୍ମୀରେଖା ଚକ୍ରଙ୍କ ସମେତ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ନାୟକ, ଗୋଲାପ ନାଏକ, ସୁବ୍ରତ କୁମାର ସାମଲ, ମାଧବାନନ୍ଦ ପୃଷ୍ଟି, ବିଦ୍ୟୁତ୍‌‌ କୁମାର ନାୟକ, ମଙ୍ଗୁଳି ଚରଣ ନାଏକ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୪କୋଟି ୬୧ଲକ୍ଷ ୯ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ନୂତନ ବ୍ୟାଙ୍କ ଗୃହ ଆସନ୍ତା ୩ବର୍ଷ ମଧ୍ୟରେ ଶେଷ ହେବବୋଲି ସଭାପତି ଶ୍ରୀ ପହି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories