www.samajalive.in
Wednesday, December 10, 2025
18.1 C
Bhubaneswar

ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ

କେନ୍ଦୁଝରସଦର: କେନ୍ଦୁଝରସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ଫାଣ୍ତି ଅଧିନ ୨୦ ନମ୍ବର ଜାତୀୟ ରାଜପଥର ଗ୍ରୀନଫିଲ୍ଡ ସ୍କୁଲ ସମ୍ମୁଖରେ ଅପରାହ୍ନ ୧୨ଟାବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଚଳନ୍ତା ଟ୍ରକ୍ ପଛ ପଟେ ପିଟି ହୋଇଛି। ଫଳରେ ଆରୋହୀଙ୍କ ସମେତ ପଛରେ ବସିଥିବା ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲଣ୍ତା ଗ୍ରାମର ସନ୍ତୋଷ କୁମାର ମହାକୁଡ (୩୫) ଓ ଦୀପକ କୁମାର ମହାକୁଡ (୩୦)। ଉଭୟ ଝୁମ୍ପୁରା ବଜାରରୁ ପଳାସପଙ୍ଗା ଅଭିମୁଖେ ଯାଉଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା। ଫଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି। ପଳାସପଙ୍ଗା ଫାଣ୍ତି ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେଶ ନଂ ୨୦୯/୨୫ ରେ ଏକ ମାମଲା ରୁଜୁ ହୋଇଛି। ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories