କେନ୍ଦୁଝର ଜିଲାର ୨୨ ନଂ ଜୋନ, ବିଜେପି-ବିଜେଡି ମଧ୍ୟରେ ଟକ୍କର ଜୋରଦାର

ପାଟଣା : କେନ୍ଦୁଝର ଜିଲାର ୨୨ ନଂ ଜୋନ ଅଞ୍ଚଳ ୬ଟି ପଞ୍ଚାୟତକୁ ନେଇ ଗଠିତ। କେନ୍ଦେଇପଶି, ଚାକୁଣ୍ଡପାଳ, ଟାଙ୍ଗରପଡା,ରାଜନଗର, ମୁରୁସୁଆଁ ଓ ତୁରୁମୁଙ୍ଗା ପଞ୍ଚାୟତ ଅଞ୍ଚଳକୁ ନେଇ ଏହି ଜୋନ ଗଠି। ଏହି ଜୋନରେ ଚଳିତ ପଞ୍ଚାୟତରାଜ ନିର୍ବାଚନରେ ଜିଲା ପରିଷଦ ଆସନଟି ଅନୁସୂଚିତ ଜନଜାତିର ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩ ଜଣ ପ୍ରାର୍ଥିନୀ ମଇଦାନରେ ନିଜର ଭାଗ୍ୟପରିକ୍ଷା କରୁଛନ୍ତି । ଜାତୀୟ କଂଗ୍ରେସ ପକ୍ଷରୁ ଟାଙ୍ଗରପଡା ପଞ୍ଚାୟତ ଗାଲଫୁଲା ଗ୍ରାମର ଲକ୍ଷ୍ମୀପ୍ରିୟା ନାଏକ, ସେହିପରି ବିଜେପି ପକ୍ଷରୁ ଟାଙ୍ଗରପଡା ପଞ୍ଚାୟତର ଅଙ୍କୁରା ଗ୍ରାମର ଦଶମତୀ ଚାତର ପ୍ରାର୍ଥି ହୋଇଛନ୍ତି। ଅନ୍ୟପକ୍ଷରେ ବିଜୁ ଜନତା ଦଳ ପକ୍ଷରୁ ଚାକୁଣ୍ଡାପାଳ ଗ୍ରାମର ସୌଭାଗ୍ୟ ମଞ୍ଜୁରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି ।

ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ ବୋଲି କଂଗ୍ରେସ ଆଶା ରଖିଥିବା ବେଳେ ପ୍ରକୃତ ପକ୍ଷରେ ବିଜେପି ବିଜେଡି ମଧ୍ୟରେ ଏଠାରେ ଜୋରଦାର ଟକ୍କର ହେବ। ଏହି ଆସନଟି ୨୦୧୭ରେ ବିଜେପି ସପକ୍ଷରେ ଯିବାରୁ ଡଲି ପାତ୍ର ଏଠାରେୁ ବିଜୟୀ ହୋଇଥିଲେ। ତ୍ରିମୁଖି ପ୍ରତିଯୋଗିତାରେ ବିଜେପିର ଡଲି ପାତ୍ରକୁ ୮୭୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ବିଜୁ ଜନତା ଦଳର ଗୀତାଞ୍ଜଳି ସେଠିକୁ ୮୩୪୯ ଖଣ୍ଡ ଓ ସନାସେନା ପ୍ରାର୍ଥି ଜୟଦେବ ବେହେରାଙ୍କ ବାଲଟି ଚିହ୍ନରେ ମାତ୍ର ୧୭୫୩ ଖଣ୍ଡ ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ଏହି ଜୋନରେ ମୋଟ ୨୬ ହଜାର ୩୫୦ ଜଣ ଭୋଟର ଭୋଟ ଦେବେ। ଏମାନଙ୍କ ମଧ୍ୟରୁ ୧୩ ହଜାର ୩୧୩ ଜଣ ପୁରୁଷ ଓ ୧୩ ହଜାର ୩୭ ଜଣ ମହିଳା ଭୋଟର ଅଛନ୍ତି। ଏହି ଜୋନରେ ୮୩ଟି ବୁଥ ସ୍ଥାପନ କରାଯାଇଛି। ଅତିତକୁ ବିଶ୍ଲେଷଣ କଲେ ଏହି ଜୋନରେ ପୂର୍ବଥର ଭଳି ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ହେବ। ଏଠାକାର ବିଜେପି ପ୍ରାର୍ଥିନୀ ଦଶମତୀ ଚାତାର ଜଣେ ଉଚ୍ଚ ଶିକ୍ଷିତା ମହିଳା ଓ ଭାରତୀୟ ଅର୍ଥନୈତିକ ସେବାରୁ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବିକ୍ରମ ମୁଣ୍ଡାଙ୍କ ପତ୍ନୀ ହୋଇଥିବା କାରଣରୁ ତାଙ୍କର ଏକ ସ୍ୱତନ୍ତ ଭାବମୂର୍ତ୍ତି ରହିଛି।

prayash

ଅନ୍ୟପକ୍ଷରେ ବିଜୁ ଜନତା ଦଳ ପକ୍ଷରୁ ଜଣେ ଉଚ୍ଚ ଶିକ୍ଷିତା ମହିଳା ସୌଭାଗ୍ୟ ମଞ୍ଜରୀ ନାୟକ ମଇଦାନରେ ବିଜେପି ପ୍ରାର୍ଥିନୀକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ଥିବା ଲକ୍ଷ ନେଇ ପ୍ରଚାରକୁ ଆଗେଇ ନେଉଛନ୍ତି। ବିଜୁ ଜନତାଦଳର ମଙ୍ଗ ଖୋଦ ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ହାତରେ ଥିବାରୁ ବେଶ କସରତ କରି ବିଜୁ ଜନତା ଦଳ ଏଥର ବିଜେପି ହାତରୁ ଆସନଟିକୁ ଛଡାଇ ନେବ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଛି। ଇତି ମଧ୍ୟରେ ଉଭୟ ବିଜେପି ବିଜେଡିର ପ୍ରଚାର ଗାଡିର ଗାଁ ବୁଲାରେ ଅଞ୍ଚଳ ଫାଟି ପଡୁଥିବା ବେଳେ ପ୍ରାର୍ଥିନୀ ଦ୍ୱୟ ମଧ୍ୟ ଘରକୁ ଘର ଅଭିଯାନ ଚଳାଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପାର୍ଥିନୀ ଲକ୍ଷ୍ମୀପ୍ରିୟା ନାଏକ ମଧ୍ୟ ପ୍ରଚାରରେ ବେଶି ପଛରେ ନାହାନ୍ତି। ଅଞ୍ଚଳ ତମାମ ତାଙ୍କର ବ୍ୟାନର ମରା ଯାଇଥିବା ଦେଖିବାକୁ ମିଳୁଛି। କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ପାଇଁ ଇଂ ବିନୋଦ ବିହାରୀ ନାଏକଙ୍କ ସହିତ ମିଶି ଘରକୁ ଘର ଯାଇ ସେ ପ୍ରଚାର କରୁଛନ୍ତି। ତେବେ ଅସଲ ଲଢେଇ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ହେବାକୁ ଥିବାରୁ ଉଭୟ ଦଳର କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭିତ୍ତିରେ ପ୍ରଚାରକୁ ଆଗେଇ ନିଆଯାଉଛି।

 

ପ୍ରଚାରରେ ବିଜୁ ଜନତା ଦଳ ସାମାନ୍ୟ ଆଗୁଆ ଥାଇ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଲୋକମାନେ ଗ୍ରହଣ କରିବେ ବୋଲି ଆଶା ବାନ୍ଧିଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ବିଶ୍ଵ ସ୍ତରୀୟ ଭାବ ମୂର୍ତ୍ତି ଓ କେନ୍ଦ୍ରସରକାର ଙ୍କ ଜନକଲ୍ୟାଣ ଯୋଜନକୁ ପାଥେୟ କରି ପ୍ରଚାର କରୁଥିବା ବେଳେ ଆଗାମୀ ଦିନରେ ବିଜେପି ତାର ଆସନ ବଜାୟ ରଖିବ କି ହରାଇବ ତାହା ସମୟ କହିବ।

kalyan agarbati

Comments are closed.