www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ବାହିନୀ ଆଧୁନିକୀକରଣ : ୨୬,୨୭୫କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ମଞ୍ଜୁର

ନୂଆଦିଲ୍ଲୀ : ପୁଲିସ ବାହିନୀର ଆଧୁନିକୀକରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୨୬ହଜାର ୨୭୫କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ମଞ୍ଜୁର କରିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ ବାହିନୀକୁ ଆଧୁନିକୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି ପୁଲିସ ବିଭାଗରେ ଉନ୍ନତି ଆଣିବା ଓ ଆଧୁନିକୀକରଣ ପାଇଁ ଯେତେସବୁ ଉପଯୋଜନା ରହିଛି ସେଗୁଡ଼ିକୁ ଏକତ୍ରୀକରଣ କରାଯାଇ ଏକ ବୃହତ ଯୋଜନାରେ ରୂପାନ୍ତରିତ କରାଯାଇଛି ।

ଏହି ଯୋଜନା ଅଧୀନରେ ଅନ୍ତର୍ଜାତୀୟ ନିରାପତ୍ତା, ଆଇନ ଶୃଙ୍ଖଳା, ପୁଲିସ ବାହିନୀ ଦ୍ୱାରା ଆଧୁନିକ କାରିଗରି ବିଦ୍ୟାର ଉପଯୋଗ, ରାଜ୍ୟମାନଙ୍କୁ ନିଶା ଔଷଧ ନିୟନ୍ତ୍ରଣ ପାଇଁ ସହାୟତା, ଦେଶରେ ମଜଭୁତ ଫୋରେନ୍ସିକ୍‍ ବ୍ୟବସ୍ଥା ଜରିଆରେ ଅପରାଧ ଓ ନ୍ୟାୟ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ଯୋଜନା କରାଯାଇଛି । ପୁଲିସ ବାହିନୀକୁ ଆଧୁନିକୀକରଣ କରିବା ଯୋଜନା ବାବଦରେ କେନ୍ଦ୍ର ସରକାର ୪ହଜାର ୮୪୬କୋଟି ଟଙ୍କା ବ୍ୟୟବରାଦ ରଖିଛନ୍ତି। ଜାମ୍ମୁ-କାଶ୍ମୀରରେ ନିରାପତ୍ତା, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଦେଶାଦ୍ରୋହାତ୍ମକ କାର୍ଯ୍ୟକଳାପ ଏବଂ ମାଓବାଦୀ ଦମନ ପାଇଁ କେନ୍ଦ୍ର ସରକାର ୧୮ହଜାର ୮୩୯କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁର କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories