www.samajalive.in
Monday, December 8, 2025
13.1 C
Bhubaneswar

ଟିକା ସୂତ୍ର ସାର୍ବଜନୀନ କରିବାକୁ କେଜ୍ରିୱାଲଙ୍କ ଦାବି

କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଟିକା ସୂତ୍ର ସାର୍ବଜନୀନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ଏହାର ଫର୍ମୁଲା ବା ସୂତ୍ରକୁ ସାର୍ବଜନୀନ କଲେ ସବୁ ଫାର୍ମା କମ୍ପାନୀ ଟିକା ତିଆରି କରିପାରିବେ। ଫଳରେ ଟିକାର ଉତ୍ପାଦନ ବୃଦ୍ଧି ପାଇବ ଏବଂ ଅଭାବ ରହିବ ନାହିଁ। କେନ୍ଦ୍ର ସରକାର ଅନ୍ୟ କମ୍ପାନୀଗୁଡ଼ିକୁ ବି ଟିକା ତିଆରି କରିବା ଲାଗି ଆଦେଶ ଦିଅନ୍ତୁ।

କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି। ଜନସାଧାରଣଙ୍କ ସହଯୋଗ ଯୋଗୁ ତାଲାବନ୍ଦ ସଫଳ ହେଉଛି। ଗତକାଲି ଜିଟିବି ଡାକ୍ତରଖାନା ସମ୍ମୁଖରେ ୫୦୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଆରମ୍ଭ ହୋଇଛି। ଏ​ବେ ଦିଲ୍ଲୀରେ ଆଇସିୟୁ ଏବଂ ଅମ୍ଳଜାନ ଶଯ୍ୟାର ଅଭାବ ନାହିଁ।

- Advertisement -

ସେ ଆହୁରି କହିଥିଲେ, ଏବେ ଦିଲ୍ଲୀରେ ପ୍ରତିଦିନ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଟିକା ଦିଆଯାଉଛି। ଖୁବଶୀଘ୍ର ପ୍ରତିଦିନ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ଦିଲ୍ଲୀବାସୀଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ ରହିଛି। କିନ୍ତୁ ଟିକାର ଅଭାବ ରହିଥିବା କେଜ୍ରିୱାଲ କହିଛନ୍ତି। ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି୧। ସେମାନେ ଗୋଟିଏ ମାସରେ କେବଳ ୬ରୁ ୭ କୋଟି ଟିକା ଉତ୍ପାଦନ କରୁଛନ୍ତି। ଏଭଳି ସ୍ଥିତିରେ ସମସ୍ତ ଦେଶବାସୀଙ୍କୁ ଟିକା ଦେବାରେ ୨ବର୍ଷରୁ ଅଧିକ ସମୟ ଲାଗିବ। ସେତେବେଳକୁ କରୋନାର ଅନେକ ତରଙ୍ଗ ଆସିଯାଇଥିବ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନକୁ ବୃଦ୍ଧି କରିବା ଜରୁରୀ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories