www.samajalive.in
Monday, December 8, 2025
20.1 C
Bhubaneswar

ଶୁଭ ମୂହୁର୍ତ୍ତରେ ଖୋଲିଲା କେଦାରନାଥ ଧାମ

ନୂଆଦିଲ୍ଲୀ : ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । କେଦାରନାଥ ଧାମର ଦ୍ବାର ଖୋଲିବା ସହ ଦର୍ଶନ ଆରମ୍ଭ ହୋଇଯାଇଛି । ଏହା ସହିତ ଆଜି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ଦ୍ବାର ମଧ୍ୟ ଖୋଲୁଛି । ଗଙ୍ଗୋତ୍ରୀର ଦ୍ବାରା ସକାଳ ୧୦ଟା ୨୯ ମିନିଟ୍ ଏବଂ ଯମୁନୋତ୍ରୀର ଦ୍ବାର ଦ୍ବିପ୍ରହର ୧୨ଟା ୨୫ ମିନିଟରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ । ଆଜି ରୀତିନୀତି ଅନୁଯାୟୀ, ଭକ୍ତ ମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି । ଏହି ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ।  ସେହିଭଳି ମେ ୧୨ ତାରିଖ ସକାଳ ୬ଟାରେ ବଦ୍ରିନାଥ ଧାମର ଦ୍ୱାର ଖୋଲିବ।

ଆଜି ଅକ୍ଷୟ ତୃତୀୟା; ପୁରୀରେ ଅନୁକୂଳ ହେବ ରଥକାଠ

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories