www.samajalive.in
Thursday, December 11, 2025
27.1 C
Bhubaneswar

କେସିଆର କାମଚଳା ମୁଖ୍ୟମନ୍ତ୍ରୀ ; ଭଙ୍ଗିଲା ତେଲଙ୍ଗାନା ବିଧାନସଭା

ହାଇଦ୍ରାବାଦ୍ : ଏକ ରାଜନୈତିକ ଘଟଣାକ୍ରମରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର) ଗୁରୁବାର ଇସ୍ତଫା ପ୍ରଦାନ କରିଛନ୍ତି । କେସିଆର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି  ନିଜର ଇସ୍ତଫା ପ୍ରଦାନ କରିବା ସହିତ ବିଧାନସଭା ଭଙ୍ଗ କରିବାକୁ ସୁପାରିସ କରିଛନ୍ତି । ରାଜ୍ୟପାଳ ତାଙ୍କ ସୁପାରିଶକୁ ମଞ୍ଜୁର ପ୍ରଦାନ କରିଛନ୍ତି। ପୂର୍ବରୁ  ମୁଖ୍ୟମନ୍ତ୍ରୀ  ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଇ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ।

ରାଜ୍ୟପାଳ  ଇଏସଏଲ ନରସିଂହନ  କ୍ୟାବିନେଟ ସୁପାରିଶକୁ ମଞ୍ଜୁର ପ୍ରଦାନ ଫଳରେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ତଥା ନଭେମ୍ବର-ଡିସେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇ ପାରିବ। ଆଜି ଅପରାହ୍ଣରେ କେସିଆର ସାମ୍ବାଦିକ ସମ୍ମିଳନୀର ଡାକରା ଦେଇଛନ୍ତି। ଏହି ସମ୍ମିଳନୀରେ କେସିଆର ବିଧାନସଭା ଭାଙ୍ଗିବା ସମ୍ପର୍କରେ ଘୋଷଣା କରିବାର ଅନୁମାନ କରାଯାଉଛି।
ଚଳିତ ବର୍ଷ ଶେଷରେ ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେସିଆର ତେଲେଙ୍ଗାନା ବିଧାନସଭା ନିର୍ବାଚନ ମଧ୍ୟ ଏହି ସମୟରେ କରିବାକୁ ଚାହୁଁଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼,ମିଜୋରାମ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସାଙ୍ଗକୁ ତେଲେଙ୍ଗାନାର ନିର୍ବାଚନ କରିବାକୁ କେସିଆର ଆଗ୍ରହ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ରାଜ୍ୟପାଳଙ୍କୁ ଭେଟି କେସିଆର ବିଧାନସଭା ଭଙ୍ଗ କରିବାକୁ ଅନୁରୋଧ କରିଥିବା ସୂଚନା ମିଳିଛି।
କେସିଆରଙ୍କ ଏଭଳି ନିଷ୍ପତ୍ତି ପ୍ରଚ୍ଛଦରେ ପ୍ରମୁଖ ୨ଟି କାରଣକୁ ଗୁରୁତ୍ୱ ଦିଆଯାଉଛି। ଅଚାନକ ବିଧାନସଭା ଭଙ୍ଗ କରି ବିରୋଧୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ କରିବାର ରଣନୀତି ପ୍ରସ୍ତୁତ କରିଛନ୍ତି କେସିଆର। ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ହୋଇଗଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କେସିଆର ପୁନର୍ବାର ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ସମୟସୀମା ପୂର୍ବରୁ ତେଲେଙ୍ଗାନା ବିଧାନସଭା ଭଙ୍ଗ କରିବାକୁ କେସିଆର ସୁପାରିସ କରିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories