www.samajalive.in
Sunday, December 7, 2025
15.1 C
Bhubaneswar

ସରକାର ଭାଙ୍ଗିବାକୁ ଅର୍ଥ ସଂଗ୍ରହ କରୁଛି ବିଜେପି: କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିପକ୍ଷ ଦଳ ବିଜେପିର ସମାଲୋଚନା କରି ତାଙ୍କ ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି ଶୁକ୍ରବାର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବିଜେପିର କିଛି ମୁଷ୍ଟିମେୟ ନେତା ଏହି ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁମାରସ୍ୱାମୀ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ମୁଷ୍ଟିମେୟ ନେତାମାନେ କଂଗ୍ରେସ ଓ ଜନତା ଦଳ(ଏସ)ର ବିଧାୟକଙ୍କୁ ଲାଞ୍ଚ ଦେଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ବୋଲି କୁମାରସ୍ୱାମୀ ସ୍ପଷ୍ଟ କରିଥିଲେ। ଏପରିକି ଏଥିପାଇଁ ବିଧାୟକଙ୍କୁ ଅଗ୍ରୀମ ଟଙ୍କା ବଣ୍ଟନ କରାଯାଉଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଯେକୌଣସି ପରିସ୍ଥିତି ପାଇଁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଏକ ମଜବୁତ୍‍ ସରକାର ନିର୍ମାଣ କ୍ଷେତ୍ରରେ ଚେଷ୍ଟା ଜାରି ରଖିଛନ୍ତି ବୋଲି ଶ୍ରୀ ସ୍ୱାମୀ ଆଶାପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories