www.samajalive.in
Monday, December 8, 2025
20.1 C
Bhubaneswar

ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ନୂତନ କର୍ମକର୍ତ୍ତା ଚୟନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି। ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସମସ୍ତ ମାଲିକଙ୍କୁ ଏକ ଦୃମ ତଳେ ଏକତ୍ରୀତ କରି ପରସ୍ପରର ସୁଖ ଦଃୁଖରେ ଭାଗୀଦାରି କରିବା ପାଇଁ ମତ ପ୍ରକାଶ ପାଇଥିଲା। ଟ୍ରାକ୍ଟରରେ ପରିବହନ ହେଉଥିବା ସାମଗ୍ରୀ ଏବଂ କୃଷି କ୍ଷେତ୍ରରେ ବିନିଯୋଗ ହେଉଥିବା ଟ୍ରାକ୍ଟରର ଦର ଧାର୍ଯ୍ୟରେ ସମାନତା ଆଣିବା ସହ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ମତ ପ୍ରକାଶ ପାଇଥିଲା।

ଆଗାମୀ ଦିନରେ ଟ୍ରାକ୍ଟର ମାଲିକ ମାନଙ୍କ ମଧ୍ୟରେ ଏକତା ଆଣିବା ପାଇଁ ଏକ ସଂଘ ଗଠନ କରିବା ପ୍ରସ୍ତାବ ବୈଠକରେ ପାରିତ ହୋଇ ସଂଘର ସଭାପତି ଶିତିକଣ୍ଠ ମିଶ୍ର, ଉପ ସଭାପତି ଶିଶିରକୁମାର ଖଟୁଆ,ସଂପାଦକ ଜିତେନ୍ଦ୍ରୀୟ ପୁଟେଲ, ସହ ସଂପାଦକ ସଞ୍ଜୀବକୁମାର ସାହୁ, କୋଷାଧ୍ୟକ୍ଷ ସୁଶୀଲ କୁମାର ପ୍ରହରାଜଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇ ଥିଲା। ସେହିପରି ସଂଘର କାର୍ଯ୍ୟକାରୀ ସଦସ୍ୟଭାବେ ସଦାଶିବ ପାଢୀ, ଅଶ୍ୱିନୀ ବିଶ୍ୱାଳ, ସେବକ ପ୍ରଧାନ, ଅଜିତ ପ୍ରଧାନ, ସୁଶୀଳ ପ୍ରଧାନ, ପଞ୍ଚାନନ ସାହୁ, ବୁଦ୍ଧଦେବ ରଣା, ସତ୍ୟ ନାରାୟଣ ଖଟୁଆ, ସତ୍ୟ ନାରାୟଣ ଷଡଙ୍ଗୀ ଓ ନରେଶ ଦଳବେରୋଙ୍କୁ ମନୋନୀତ କରାଯାଇ ଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories