www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱ ବିଜ୍ଞାନ ମେଳା ଦ୍ୱାରା ପୁରସ୍କୃତ ବଲାଙ୍ଗୀର ବିକାଶ ପରିଷଦ

କଣ୍ଟାବାଞ୍ଜି: ଭାରତ ଆର୍ନ୍ତଜାତିକ ବିଜ୍ଞାନ ମହୋତ୍ସବରେ ଓଡିଶା ବଲାଙ୍ଗୀର ଜିଲ୍ଲାରେ ସ୍ୱେଚ୍ଛାସେବୀ ସଂଗଠନ ଭାବେ କାର୍ଯ୍ୟ କରୁଥିବା ବାଲାଙ୍ଗୀର ବିକାଶ ପରିଷଦ ନିର୍ଦେଶକ ମୁକୁନ୍ଦ ସାହୁ ଅଂଶ ଗ୍ରହଣ କରି ଜଳ ସଂରକ୍ଷଣ ଦ୍ୱାରା ମରୁଡିର ପ୍ରତିକାର ଶୀର୍ଷକ ବିଷୟ ବସ୍ତୁ ଓ କାର୍ଯ୍ୟକ୍ରମ ଉପସ୍ଥାପନ କରି ସର୍ବଭାରତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି। ବଲାଙ୍ଗୀର ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲରେ ମରୁଡି ପ୍ରତିକାର ଓ ଦାଦନ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ କାମ କରୁଛି। ସୂଚନା ଯୋଗ୍ୟ କି କେନ୍ଦ୍ରବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଭାରତୀ(ବିଭା) ମିଳିତ ଭାବେ ୨୦୧୫ ମସିହା ଠାରୁ ବିଜ୍ଞାନକୁ ସାଧାରଣ ଲୋକ ଙ୍କର ଅଧ୍ୟୟନ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବ ଆୟୋଜନ କରିଆସୁଅଛି। ଚଳିତ ବର୍ଷ ଏହି ବିଜ୍ଞାନ ମେଳା ଭର୍ଚୁଆଲ ଭାବେ ଡିସେମ୍ବର ୨୨ ତାରିଖ ଠାରୁ ୨୫ ତାରିଖ ଯାଏଁ ଚାଲିଥିଲା।ଏହା କୁ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ୨୦୨୦ ବିଜ୍ଞାନ ମେଳାର ଶୀର୍ଷକ ଥିଲା ଆତ୍ମନିିର୍ଭର ଭାରତ ଓ ବିଶ୍ୱକଲ୍ୟାଣ ନିମନ୍ତେ ବିଜ୍ଞାନ ଉଦ୍‍ଯାପନୀ ଉତ୍ସବରେ ଦେଶର ମହାମହିମ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଏମ୍‍ ଭେଙ୍କେୟା ନାଇଡୁ ଯୋଗ ଦେଇ ବିଜ୍ଞାନର ସୁଫଳ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories