ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡ଼ି ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ୨୦ ଭରଣର ୨ ଗଦା ଧାନ ଶୁକ୍ରବାର ମଧ୍ୟାହ୍ନରେ କୈଣସି କାରଣରୁ ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଉକ୍ତ ଗ୍ରାମର ବାଇଧର ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନ କ୍ଷେତରୁ ଧାନ ଅମଳ କରି ବି.କରଡ଼ାବାଡ଼ି ମୁଖ୍ୟ ସଡ଼କ କଡରେ ଗଦା କରି ରଖିଥିଲେ। ତେବେ ସେମାନଙ୍କ ଧାନ ଗଦା ୨ଟିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ବୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଅଗ୍ନିକାଣ୍ଡର କାରଣ ପୂର୍ବ ଶତ୍ରୁତା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
Popular Categories



