www.samajalive.in
Saturday, December 6, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇ ନାବାଳକ ମୃତ୍ୟୁ ଘଟଣା: ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଶପାଲି ଗାଁର ଆଦିବାସୀ ନାବାଳକ ତୋଷଧର ବରିଆ(୧୬) ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟ ଇଟା ଭାଟିରେ ସର୍ଦ୍ଦାର ରସିକ ବାଗଙ୍କ ମାଧ୍ୟମରେ ଯାଇଥିବାବେଳେ ୧୦ଦିନ ପରେ ଗତ ଜୁନ ମାସ ୨୭ତାରିଖରେ ସନ୍ଦେହଜନକ ଭାବରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୭ଦିନ ପରେ ମଧ୍ୟ ମୃତ୍ୟୁ କାରଣ ପରିବାର ଲୋକେ ଜାଣି ପାରିନାହାନ୍ତି। ନାବାଳକ ତୋଷଧରଙ୍କ ବାପାଙ୍କର ୫ବର୍ଷ ପୂର୍ବେ ମୃତ୍ୟୁ ହୋଇସାରିଛି। ଏବେ ପରିବାରରେ ଆଈ ମାଆ, ୨ ଛୋଟ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି। ଏମାନଙ୍କୁ ଭରଣପୋଷଣ ପାଇଁ କେହି ନାହାନ୍ତି। ଏହାକୁ ନେଇ ଗୁରୁବାର କଣ୍ଟାବାଞ୍ଜି ବିକାଶ ପରିଷଦ ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବିକାଶ ପରିଷଦ ସଦସ୍ୟ ଓ କୁଶପାଲି ଗାଁ ଜନସାଧାରଣ ଏବଂ ସମ୍ପର୍କୀୟମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ବର୍ଷାରେ ଭିଜି ଭିଜି ବିକ୍ଷୋଭ କରିଛନ୍ତି। ଏଥିସହ କାର୍ଯ୍ୟନିର୍ବାହୀ ତହସିଲଦାର ଖଦାଲା ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ତ୍ୱରିତ ତଦନ୍ତ ପାଇଁ ଦାବି କରିବା ସହ ତୁରନ୍ତ ସର୍ଦ୍ଦାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୃତ ନାବାଳକର ଅସହାୟ ପାରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ଏହି ଘଟଣା ଉପରେ ଉଚିତ ପଦକ୍ଷପ ନ ନେଲେ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବା ସହ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ କାର୍ତ୍ତିକେଶ୍ୱର ସାହୁ, ବଜରଙ୍ଗ ବଏ, ନବରଙ୍ଗ ଦାସ, ବିଶାଳ ବେହେରା, ଉଡେ ସୁନା, ପରମେଶ୍ୱର ସାଗରିଆ, ବସନ୍ତ ବଞ୍ଛୋର, ଏକାମ୍ବର ରଣା, ଗୌର ବରିଆ, ସୁପଲ ବରିଆ, ଟେଙ୍ଗନୁ ବାଗ, ପର୍ଶୁରାମ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories