www.samajalive.in
Tuesday, December 9, 2025
16.1 C
Bhubaneswar

କଙ୍ଗନା ରଣାୱତଙ୍କ ଆପତ୍ତିଜନକ ମନ୍ତବ୍ୟ, ମୁମ୍ବଇ ମୋତେ ପିଓକେ ଭଳି ଅନୁଭୂତ ହେଉଛି

ମୁମ୍ବଇ: ନିଜର ଟୁଇଟ୍ ପାଇଁ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବଇ ପୁଲିସ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। କଙ୍ଗନା ଟୁଇଟ୍ କରିଛନ୍ତି ଯେ ସେ ବଲିଉଡର ମାଫିଆଙ୍କ ତୁଳନାରେ ମୁମ୍ବଇ ପୁଲିସକୁ ଅଧିକ ଭୟ କରୁଛନ୍ତି। ଏପରିକି ମୁମ୍ବଇ ପୁଲିସ ତାଙ୍କ ବିରୋଧରେ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି। ଏପରିକି ମୁମ୍ବଇ ତାଙ୍କୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭଳି ଅନୁଭୂତ ହେଉଛି। କଙ୍ଗନାଙ୍କ ଏପରି ଟୁଇଟ୍ ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ଯଦି ମୁମ୍ବଇକୁ ଏତେ ଭୟ କରୁଛନ୍ତି ତେବେ ଏଠାକୁ ଆଉ ଆସନ୍ତୁ ନାହିଁ। କଙ୍ଗନାଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ସଞ୍ଜୟଙ୍କ ଏପରି ମନ୍ତବ୍ୟ ପରେ କଙ୍ଗନା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ସଞ୍ଜୟ ତାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି। ମୁମ୍ବଇ ସମ୍ପର୍କରେ କଙ୍ଗନାଙ୍କ ଟୁଇଟ୍‌କୁ ବଲିଉଡର ଅନେକ କଳାକାର ନାସପନ୍ଦ କରିଛନ୍ତି। କଙ୍ଗନା ଏବେ ନିଜ ପରିବାର ସହିତ ମନାଲିରେ ରହୁଛନ୍ତି। ଏହା ପୂର୍ବରୁ କଙ୍ଗନା ଅଭିଯୋଗ କରିଥିଲେ ଯେ ବଲିଉଡର ଆଗଧାଡିର କଳାକାରମାନେ ଡ୍ରଗ୍ସରେ ଅଭ୍ୟସ୍ତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories