www.samajalive.in
Monday, December 8, 2025
17.1 C
Bhubaneswar

କନ୍ଧମାଳ ନିବାସୀଙ୍କୁ ସାସଂଦ କରିବାକୁ ବିଜେଡିରେ ଦାବୀ

ତୁମୁଡିବନ୍ଧ : ଦୀର୍ଘ ବର୍ଷ ହେଲା କନ୍ଧମାଳ ଲୋକସଭା ଆସନରେ କନ୍ଧମାଳ ଜିଲା ବାହାରୁ ପ୍ରାର୍ଥୀ ହୋଇ ଆସୁଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ବିଜେଡି କର୍ମୀମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। କନ୍ଧମାଳ ଲୋକସଭା ଆସନ ନିମନ୍ତେ କନ୍ଧମାଳ ଜିଲ୍ଲାର ଜଣେ ବ୍ୟକ୍ତିକୁ ପ୍ରାର୍ଥୀ କରିବାପାଇଁ ବିଜେଡି ଦଳରେ ଦାବୀ ଜୋର ଧରିଛି । ଏହି ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ। ତୁମୁଡିବନ୍ଧରେ ଅନୁଷ୍ଠିତ ବିଜେଡିର ୱାର୍ଡ କମିଟି ସମ୍ବିଳନୀରେ ଏହା କୁହାଯାଇଛି । ଉକ୍ତ ସମ୍ମିଳନୀରେ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର, ବିଜେଡିର ତୁମୁଡିବନ୍ଧ ବ୍ଲକ ପର୍ୟ୍ୟବେକ୍ଷକ ଯଶୋବନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories