ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସଂସଦରେ ନିଜର ସାସଂଦ ମାନଙ୍କୁ ରହିବା ପାଇଁ ହୁଇପ୍ ଜାରି କରିଛନ୍ତି। ୨୭ ତାରିଖରେ ତିନ ତଲାଖ ଅଧ୍ୟାଦେଶ ଆଗତରେ ବହୁମତ ହାସଲ ପାଇଁ ବିଜେପି ଏହି ହୁଇପ୍ ଜାରି କରିଛି। ପୁର୍ବରୁ ଏହି ଅଧ୍ୟାଦେଶ ଲୋକସଭାରେ ପାରିତ ହୋଇ ରାଜ୍ୟସଭାରେ ଆଗତ ହୋଇଥିଲା। ଏଥିରେ କିଛି ସଂଶୋଧନ କରାଯାଇ ପୁଣି ଲୋକସଭା ଆଗତ କରାଯିବ। ଏ ନେଇ ବିରୋଧୀ ଦଳ କଂଗ୍ରେସ ଲୋକସଭାରେ ବିତର୍କ ପାଇଁ ପ୍ରସ୍ତୁତ ଥିବା ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ କହିଛନ୍ତି। ବର୍ତ୍ତମାନ ସସଂଦରେ ରାଫେଲ ଦୁର୍ନିତିକୁ ନେଇ ପାଟିତୁଣ୍ଡ ଚାଲିଛି। ସେପ୍ଟେମ୍ବର ମାସରେ ତିନି ତଲାଖ ଲୋକସଭାରେ ଆଗତ ହୋଇଥିଲା। ଏହି ଅଧ୍ୟାଦେଶ ଅନୁସାରେ ଅଭିଯୁକ୍ତକୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରାଯିବ।
ତିନି ତଲାକ ପ୍ରସଙ୍ଗ : ହୁଇପ୍ ଜାରି କଲା ବିଜେପି
Popular Categories



