www.samajalive.in
Sunday, December 7, 2025
15.1 C
Bhubaneswar

କନ୍ଧମାଳ: ୭ କୋଭିଡ୍‍ ଯୋଦ୍ଧାଙ୍କ ସମେତ ୭୭ ସଂକ୍ରମିତ ଚିହ୍ନଟ, ଜଣେ ମୃତ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଆଜି ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୫ ଜଣ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି। ଏଥିସହ ୩ ଜଣ ଡାକ୍ତର, ଜଣେ ସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ, ଜଣେ ଷ୍ଟାଫ ନର୍ସ, ୨ ଜଣ ଅଙ୍ଗନବାଡି କର୍ମୀ ଏପରି ୭ ଜଣ କୋଭିଡ୍‍ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି। ସବୁଦିନ ଭଳି ଫୁଲବାଣୀରୁ ସର୍ବାଧିକ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଟିକାବାଲିରୁ ୮, ଜି ଉଦୟଗିରିରୁ ୫, କେ ନୁଆଗାଁରୁ ୨, ଚକାପାଦରୁ ୨, ଖଜୁରିପଡାରୁ ଜଣେ, ଦାରିଙ୍ଗବାଡିରୁ ୫, ତୁମୁଡିବନ୍ଧରୁ ଜଣେ, ରାଇକିଆରୁ ୩, ବାଲିଗୁଡାରୁ ୫, ଫିରିଙ୍ଗିଆରୁ ୮ ଏବଂ ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୩୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ଏଥିସହ ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ୭୭ ବର୍ଷର ବୃଦ୍ଧ ଏବଂ ସେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରୁ ଆଜି ସୁଦ୍ଧା ୧୮ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଜିଲ୍ଲାରୁ ବର୍ତମାନ ସୁଦ୍ଧା ୨୬୫୨ ଜଣ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୬ ଶହ ପାର ହୋଇ ୬୧୩ରେ ପହଞ୍ଚିଛି।

ସେହିଭଳି ଆଜି ବାଲିଗୁଡ଼ା ସ୍ଥିତ ବ୍ଳକ ଓ କୋର୍ଟ ପରିସରରୁ କରୋନା ଚିହ୍ନଟ ପରେ ୭ ଦିନ ପାଇଁ ଉଭୟ କାର୍ଯ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ଏହି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କରୋନା ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦ ନିମନ୍ତେ ବିଡିଓ ବ୍ଲକର କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ଏକ ଚିଠି ଜାରି କରାଯାଇଛି। ଚିଠି ପ୍ରକାରେ ବ୍ଳକର ଜନୈକ କର୍ମଚାରୀ କରୋନା ଚିହ୍ନଟ ହୋଇଥିବା ଯୋଗୁଁ ସୁରକ୍ଷା ପାଇଁ ଆଗାମୀ ସାତଦିନ ପାଇଁ ବନ୍ଦ କରାଯାଇଛି। ସେହିଭଳି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହୋମ୍‍ ଆଇସୋଲେସନରେ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିଭଳି କୌଣସି କର୍ମଚାରୀ ବ୍ଳକ ଛାଡ଼ିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସାତଦିନ ମଧ୍ୟରେ ଯଦୀ କୌଣସି କର୍ମଚାରୀଙ୍କର କିଛି କୋଭିଡ ଲକ୍ଷ୍ୟଣ ଦେଖାଦିଏ ତେବେ ସେମାନଙ୍କୁ ତୁରନ୍ତ କୋଭିଡ ପରୀକ୍ଷା କରାଯିବ। ଏମଜିଏନଆରଇଜିଏସ, ଓଏଲଏମ ଓ ଆବାସ ଯୋଜନା ଦ୍ୱାୟୀତ୍ୱରେ ଥିବା ସମସ୍ତ କର୍ମଚାରୀ ମାନେ ଘରେ ରହି ସେମାନେ ସେମାନଙ୍କ କାର୍ଯ୍ୟ କରିବେ ଓ ଦିଆଯାଇଥିବା ଟାର୍ଗେଟକୁ ସେମାନେ ପୁରଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ବ୍ଲକ କା୍‍ର୍ଯ୍ୟାଳୟକୁ ସାନିଟାଇଜ କରାଯିବ।ବ୍ଲକ କାର୍ଯ୍ୟାଳୟ ସାତ ଦିନ ପାଇଁ ବନ୍ଦ ହେବା କାରଣରୁ ବାଲିଗୁଡା ବ୍ଲକରେ ଥିବା ୧୪ଟି ପଂଚାୟତର ଜନସାଧାରଣ ବର୍ତମାନ ଚିନ୍ତାରେ ପଡିଛନ୍ତି। ସେହିଭଳି ସେହିଭଳି ବାଲିଗୁଡା କୋର୍ଟକୁ ସାତଦିନ ପାଇଁ ବନ୍ଦ କରାଯାଇଛି। ବାଲିଗୁଡା କୋର୍ଟରେ ଦୁଇ କର୍ମଚାରୀଙ୍କୁ କରୋନା ଚିହ୍ନଟ ହୋଇଥିବା କାରଣରୁ ଆଗାମି ସାତ ଦିନ ପାଇଁ ସମସ୍ତ କୋର୍ଟ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। ଏହାକୁ ନେଇ ବାଲିଗୁଡା ବାରଆସୋସିଏସନର ସଭାପତି ଓକିଲ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ କହିଛନ୍ତି ଯେ ଆମ ବାଲିଗୁଡା କୋର୍ଟର ଦୁଇଜଣ କର୍ମଚାରୀ କରୋନା ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମି ସାତଦିନ ପାଇଁ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାତଦିନ ପାଇଁ କୋର୍ଟକୁ ବନ୍ଦ କରାଯାଇଛି ଓ କୋର୍ଟ ପରିସର ସହ କୋର୍ଟ ଚତୁଃପାର୍ଶ୍ବକୁ ସାନିଟାଇଜ କରାଯାଇଛି ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories